୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି: ବାଲେଶ୍ଵରରୁ ଲଢ଼ିବେ ଲେଖାଶ୍ରୀ

ବିଜୁ ଜନତା ଦଳ ଆଜି ବିଧାନସଭା ନିର୍ବାଚନ ଲାଗି ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଶେଷ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ କରିଛି ବିଜେଡି।ଅନ୍ୟ ପକ୍ଷରେ, ବିଧାନସଭା ପାଇଁ ପାରାଦୀପରୁ ଗୀତାଞ୍ଜଳୀ ରାଉତରାୟ, ଭୁବନେଶ୍ୱର ମଧ୍ୟରୁ ଅନନ୍ତ ଜେନା, ନର୍ଲାରୁ ମନୋରମା ମହାନ୍ତି, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ରେଢାଖୋଲରୁ ରୋହିତ ପୂଜାରୀ, ବାଲିଗୁଡ଼ାରୁ ଚକ୍ରମଣି କହଁର, ତେଲକୋଇରୁ ମାଧବ ସର୍ଦ୍ଦାର ଓ ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରାଯାଇଛି।

ଏହି ୯ ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ବିଧାନସଭା ପାଇଁ ମୋଟ ୧୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଘୋଷିତ ୯ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ୪ଟି ଆସନରେ ପ୍ରାର୍ଥୀ ବଦଳାଇଛି । ସେହିପରି ୫ଟି ଆସନରେ ଦଳ ଗତଥରର ପ୍ରାର୍ଥୀଙ୍କୁ ପୁଣି ଟିକଟ ପ୍ରଦାନ କରିଛି।

Related Articles

Back to top button