ଆଜି ଧନୁଯାତ୍ରାର ଦଶମ ଦିନ : କୃଷ୍ଣଙ୍କୁ ମାରିବାକୁ ପାରିଷଦଙ୍କ ସହ ମନ୍ତ୍ରଣା କରିବେ ମାମୁଁ କଂସ

କୃଷ୍ଣ ବଳରାମଙ୍କୁ ନେଇ ଅକ୍ରୁର ମଥୁରା ଆସିଥିବାରୁ ଉତଫୁଲ୍ଲିତ ମହାରାଜା କଂସ । ଧନୁଯାତ୍ରାର ଛଳନା କରି ମାରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି କଂସ ଓ ତାଙ୍କ ଅସୁର ବନ୍ଧୁ । ଆଜି ଧନୁଯାତ୍ରାର ଦଶମ ଦିନରେ କଂସ ମହାରାଜଙ୍କ ଦିଗବିଜୟ ଯାତ୍ରା ରଙ୍ଗସଭାରେ କୃଷ୍ଣଙ୍କୁ ମାରିବାକୁ ପାରିଷଦଙ୍କ ସହ ମନ୍ତ୍ରଣା କରିବେ ।

ସେପଟେ ମଥୁରା ଆସିବା ପରେ ନଗର ଭ୍ରମଣରେ ବାହାରିବେ କୃଷ୍ଣ ବଳରାମ। ରାସ୍ତାରେ ଯିବାବେଳେ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ହେବ। କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦୃଶ୍ୟ ଅଭିନିତ ହେବ। ସେହିପରି ଉପଜିଲ୍ଲାପାଳଙ୍କ ଭବନରେ କୃଷ୍ଣ ବଳରାମଙ୍କ ପୂଜାର୍ଚ୍ଚନା ପରେ ବୃନ୍ଦାବନ ଗୃହରେ ବିଶ୍ରାମ ନେବ ବେନି ଭାଇ । ଯାତ୍ରାର ନବମ ଦିନରେ କୃଷ୍ଣ ଭକ୍ତିରେ ଲୀନ ମୁନୀ ଋଷିଙ୍କ ଉପରେ ଅତ୍ୟାଚାର କରିଥିଲେ

Related Articles

Back to top button