କ୍ରାସ୍ ହେଲା ବିମାନ: ଜୀବନ୍ତ ଦଗ୍ଧ ହେଲେ ୭୪ ଯୁଦ୍ଧବନ୍ଦୀ

୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଯାଇଛି । ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ତରଫରୁ ଏନେଇ ସୂଚନା ଦିଆଯାଇଛି । ୟୁକ୍ରେନରୁ ଏହି ଯୁଦ୍ଧବନ୍ଦୀମାନଙ୍କୁ ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ୬୫ ଜଣ ଯୁଦ୍ଧବନ୍ଦୀଙ୍କ ସମେତ ଚାଳକ ଟିମର ୬ ଜଣ ଓ ଅନ୍ୟ ୩ ଜଣ ବିମାନରେ ଯାତ୍ରା କରୁଥିଲେ । ଏହି ବିମାନଟି ବିଶେଷ ଭାବେ ସେନା ପାଇଁ ବ୍ୟବହାର କରାଯାଏ । ଏଥିରେ ସୈନ୍ୟ ଉପକରଣ ଓ ଅସ୍ତ୍ରଶସ୍ତ୍ର ସହ ୯୦ ଜଣ ଯାତ୍ରୀ ନେଇପାରିବାର କ୍ଷମତା ରହିଛି ।ଋଷର ସ୍ଥାନୀୟ ରାଜ୍ୟପାଳ ବୟାଚେସ୍ଲାବ କହିଛନ୍ତି କି କୋରୋଚସ୍କି ଜିଲ୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ସେ ଘଟଣା ସ୍ଥଳକୁ ଯାଇ ଏହାର ନୀରିକ୍ଷଣ କରିବେ । ଏହାସହ ଉଦ୍ଧାରକାରୀ ଦଳ ପ୍ରଥମରୁ ଏହି ସ୍ଥାନରେ ପହଂଚିସାରିଛନ୍ତି ।

Related Articles

Back to top button