
ଚିକେନ୍ ଠାରୁ ମହଙ୍ଗା ଟମାଟୋ
ନୂଆପଡ଼ା ଜିଲ୍ଲାରେ ପନିପରିବା ଦର ଦିନକୁ ଦିନ ହୁହୁ ଭାବେ ବଢି ଚାଲିଛି । ନୂଆପଡ଼ାରେ ଆଜି ଟମାଟୋ ଦର ୨ ଶହରୁ ୨୪୦ ଟଙ୍କା ଭିତରେ ରହିଛି । ବଜାରରେ ପନିପରିବା ଅଭାବକୁ ଦେଖି ରାୟପୁର ବ୍ୟବସାୟୀ ମାଲାମାଲ ହେଉଛନ୍ତି । ବାଇଗଣ, ଭେଣ୍ଡି, କଲରା, ଝୁଡଙ୍ଗ, ପୋଟଳ ଭଳି ପରିବା ଦର ୫୦ ଟଙ୍କା ଉପରେ ରହିଛି । ପରିବା ଦର ନିୟନ୍ତ୍ରଣକୁ ଆସୁନଥିବାରୁ ଖାଉଟିମାନେ ହଇରାଣ ହେଉଛନ୍ତି । ତେବେ ବଜାରରେ ଟମାଟୋ ଦର ଅପେକ୍ଷା ଚିକେନ ଦର କମ୍ ରହିଛି । ଟମାଟୋ କିଲେ ୨୪୦ ଟଙ୍କା ଥିବା ବେଳେ ଚିକେନ କିଲୋ ୨୦୦ ଟଙ୍କା ରହିଛି ।