୧୮ ତାରିଖ ପାଗ ଖରାପ ଯୋଗୁଁ ଆସନ୍ତା କାଲି ପୁରୀରେ ହେବ ଏୟାର୍‌ ଶୋ

ପୁରୀ: ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ପୁରୀରେ ହେବ ଏୟାର୍‌ ଶୋ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଆସନ୍ତାକାଲି ଏହି ଏୟାର୍‌ ଶୋ ହେବାକୁ ଯାଉଛି। ପୁରୀ ରାଜ ଭବନ ଫାଖ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଭାରତୀୟ ବାୟୁ ସେନା ପକ୍ଷରୁ ଏୟାର ଶୋ ଅନୁଷ୍ଠି ହେବ। ପାଗ ଠିକ୍ ରହିଲେ ସେପ୍ଟେମ୍ୱର ୧୮ରେ ପୁଣି ଥରେ ଶୋ ହେବାର ସମ୍ଭାବନା ରହିଛି ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଫଳରେ ପୁରୀ ବାସିନ୍ଦାମାନଙ୍କୁ ସକାଳ ୯ଟା ସୁଦ୍ଧା ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ବିଚ୍ ଓ ଦିଗବାରିଣି ଛକରେ ଥିବା ବେଳାଭୂମିରେ ଏକାଠି ହେବା ପାଇଁ କୁହାଯାଇଛି

ସୂଚନା ଥାଉକି, ପୁରୀ ରାଜଭବନ ପାର୍ଶ୍ଵ ବେଳାଭୂମିରେ ଚଳିତ ମାସ ୧୮ ତାରିଖରେ ଏୟାର ଶୋ ହେବ ବୋଲି କୁହାଯାଇଥିଲା। ଏଥିପାଇଁ ବାୟୁ ସେନାର ପାଇଲଟମାନେ ଦୁଇ ଦିନ ଧରି ମ୍ୟାପିଂ, ଏରିଏଲ୍ ରେକିଂ ମଧ୍ୟ କରିଥିଲେ। ରବିବାର ଦିନ ଆକାଶ ମାର୍ଗରେ ବାୟୁସେନାର ୭ଟି ବିମାନ ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବାର ଥିଲା। କିନ୍ତୁ ସେପ୍ଟେମ୍ୱର ୧୮ରେ ପାଗ ଖରାପ ରହୁଥିବାରୁ ଆସନ୍ତା କାଲି ହିଁ ଫୁଲ ଡ୍ରେସ ରିହରସେଲ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ଆନ୍ତର୍ଜାତିକ ବେଳାଭୂମି ସଫେଇ ସହ ଫୁଲ ଡ୍ରେସ ରିହରସେଲ କରାଯିବ।

ପୁରୀରେ ପ୍ରଥମ ଥର ପାଇଁ ବାୟୁସେନାର ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ସରକାର ବାୟୁସେନା ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀମାନେ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ସମୟରେ ଯେପରି କୌଣସି ଅପ୍ରୀତିକର ପରସ୍ଥିତି ନ ହୁଏ ସେଥିପାଇଁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଓ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି।

Related Articles

Back to top button