ନୟାଗଡ଼ରେ ରାଇସ ମିଲରେ କାମ କରୁଥିବା ଦୁଇ ଶ୍ରମିକ ଚାଉଳ ବସ୍ତା ତଳେ ଚାପି ହୋଇ ମୃତ

ନୟାଗଡ଼ : ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଥାନା ରୋହୀବାଙ୍କରେ ଥିବା ମା ମଙ୍ଗଳା ରାଇସ ମିଲରେ । ସେହି  ମିଲରେ କାମ କରୁଥିବା ବେଳେ ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ପ୍ରମୋଦ ମହାରଣା ଓ ରାମେଶ୍ବର ଦେହୁରୀ । ସେମାନଙ୍କ ଘର ଗଞ୍ଜାମ ଭଞ୍ଜନଗର ଏବଂ କଟକ ବଡ଼ମ୍ବା ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ମେଡିକାଲକୁ ଆଣିଛି ପୋଲିସ ।

ତେବେ କେଉଁ ପରିସ୍ଥିତିରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି, ସେନେଇ ମିଲ୍ ମାଲିକଙ୍କ ସହ କାମ କରୁଥିବା ଅନ୍ୟ ଶ୍ରମିକଙ୍କୁ ପଚରାଉଚରା କରୁଛି ପୋଲିସ

Related Articles

Back to top button