ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା  । ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ  । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି  । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି  ।

ରିପୋର୍ଟ ଅନୁଯାୟୀ, ସୋମବାର ସକାଳ ସାଢ଼େ ୬ଟାରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା  । ତେବେ ଏହି ଭୂକମ୍ପର ଝଟକା କେନ୍ଦ୍ରସ୍ଥଳିରୁ ୧୨୦ କିଲୋମିଟର ଉତ୍ତର-ପୂର୍ବରେ ସ୍ଥିତି ସମତଳ ଅଞ୍ଚଳରେ ଅନୁଭୂତ ହୋଇଛି  । ଭୂପୃଷ୍ଠରୁ ୪୮ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଛି  । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନଥିବାବେଳେ ଲୋକଙ୍କୁ ସୁନାମୀ ସତର୍କତା ଦିଆଯାଇଛି  ।

Related Articles

Back to top button