କୋଣାର୍କକୁ ଗଡ଼ିବ ଟ୍ରେନ୍‌, ପୁରୀ ରେଳ ଷ୍ଟେସନ୍‌ ହେବ ବିଶ୍ୱସ୍ତରୀୟ

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ପ୍ରସ୍ତାବିତ ନବକଳେବର ପାଇଁ ଆଜି ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ବୁଲି ଦେଖିଛନ୍ତି । ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନ ସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା କରିଛନ୍ତି । ୩୬୪ କୋଟି ଟଙ୍କାର ଏ ପ୍ରକଳ୍ପ କାମ ଦୁଇ ବର୍ଷ ଭିତରେ ଶେଷ ହେବ ।

ସେହିପରି ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ । ପୁରୀରୁ କିମ୍ୱା ଅନ୍ୟ କେଉଁ ସ୍ଥାନରୁ ସଂଯୋଗ କରାଯିବ ସେ ନେଇ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟେସନ ବିଲଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ ହେବ । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏହାସହ ବିଲଡିଂଟି ୨୦୦ରୁ ୩୦୦ କିଲୋମିଟର ବେଗର ବାତ୍ୟା ସହିବା ଭଳି କରାଯିବ । ପୁରୀରେ ଏୟାରପୋର୍ଟ ହେବାକୁ ଥିବାରୁ ପୁରୀ ଓ ଭୁବନେଶ୍ୱର ମଝିରେ ବିଶ୍ୱସ୍ତରୀୟ ଟ୍ରେନ ଚଳାଚଳ କରାଯିବ ବୋଲି ସେ କହିଛନ୍ତି । ତେବେ ଏଥର ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ କରିବ ଓ ଟ୍ରେନ୍ ପାଇଁ ମୋବାଇଲ୍ ଟିକେଟ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Related Articles

Back to top button