୨୦୨୩ ମାର୍ଚ୍ଚ ସୁଦ୍ଧା ବରମୁଣ୍ଡାରେ ନୂଆ ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି  5T ସଚିବ ଭି. କେ. ପାଣ୍ଡିଆନ। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲରେ ପ୍ରତିଦିନ  ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ  ଚଳା ଚଳ  ହୋଇଥାଏ। ଏହା ଏକ ବ୍ୟସ୍ତ ବସ ଟର୍ମିନାଲର ହୋଇଥିବାରୁ  ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା  ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହି ବସ ଟର୍ମିନାଲର ବିକାଶ କାର୍ଯ୍ୟ ଚାଲୁଛି।

ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟ ରେ ୧୧.୮୪ ଏକର  ଜମି  ଉପରେ  ନିର୍ମିତ  ଆନ୍ତ ରାଜ୍ୟ ବସ ଟର୍ମିନାଲର  ପାର୍କିଙ୍ଗ  ଏଟିଏମ , ଫୁଡ କୋର୍ଟ , ରେଷ୍ଟ୍ରୁରାଣ୍ଟ ସହ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି  ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ ଅନୁଯାୟୀ  5T ଉପକ୍ରମରେ ଏହି ବସ ଟର୍ମିନାଲର ର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା  5T ସଚିବ ଭି .କେ. ପାଣ୍ଡିଆନ ବରମୁଣ୍ଡା ଯାଇ ଆନ୍ତ ରାଜ୍ୟ ବସ ଟର୍ମିନାଲର  ଓ ବସ  ଡିପୋ କାମର  ଅଗ୍ରଗତି  ସମୀକ୍ଷା  କରିଥିଲେ  । ଏହି ସମୟରେ ବିଡିଏ ଉପାଧ୍ୟାକ୍ଷ  ଶ୍ରୀ ସଞ୍ଜୟ  ସିଂହଙ୍କ ଉପସ୍ଥିତ ଥିଲେ  । ଏହି ଵସ  ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆନ୍ତ ରାଜ୍ୟ ବସ ଟର୍ମିନାଲର  କାମ ର ଅଗ୍ରଗତି  ସନ୍ତୋଷ ଜନକ ରହିଁଛି  । 5T ସଚିବ ଭି .କେ. ପାଣ୍ଡିଆନ  ଏହି କାର୍ଯ୍ୟର  ଅଗ୍ରଗତି  ସମୀକ୍ଷା  କରିବା ସହ  ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା କାମ  ଶେଷ  କରିବାକୁ  ସେ ନିର୍ଦେଶ ଦେଇଥିଲେ ।

Related Articles

Back to top button