ପ୍ରେମ ପ୍ରତାରଣା ପରେ ଅନ୍ତରଙ୍ଗ ଭିଡିଓ ଭାଇରାଲ, ଯୁବକ ଗିରଫ

ଭୁବନେଶ୍ବର: ପ୍ରେମରେ ପ୍ରତାରଣା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲା ଧୋକେବାଜ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ଯୁବତୀ । ରାଜଧାନୀରେ ସାମ୍ନାକୁ ଆସିଛି ପ୍ରେମ ପ୍ରତାରଣା ପରେ ଅନ୍ତରଙ୍ଗ ଭିଡିଓ ଭାଇରାଲ କାହାଣୀ । ପ୍ରେମିକାକୁ ଧୋକା ଦେବା ପରେ ଏବେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଛି ପ୍ରେମିକ । ଭୁବନେଶ୍ବର ସ୍ଥିତ ଏକ ଜୁଏଲାରୀ ଦୋକାନର ସେଲ୍ସ ଲେଡିଙ୍କ ଭିଡିଓ ଭାଇରାଲ ନେଇ ଖାରବେଳ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛି ଲୋକନାଥ ମହାରଣା ।

ଖବର ମୁତାବକ, ଏକ ଜୁଏଲାରୀ ଦୋକାନରେ ଉକ୍ତ ଯୁବତୀ ଓ ଲୋକନାଥ ମହାରଣା ଏକାଠି କାମ କରୁଥିଲେ । ସେଠାରୁ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡତା ପରେ ଅନ୍ତରଙ୍ଗ ବଢିଥିଲା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରିଥିଲା ଧୋକେବାଜ ପ୍ରେମିକ । ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବତୀଙ୍କ ସହ ସମ୍ପର୍କ ଥିବା ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ଏହାପରେ ସେ ଲୋକନାଥ ଠାରୁ ଦୂରେଇ ଯାଇଥିଲେ । ହେଲେ ଲୋକନାଥ‌ ଯୁବତୀଙ୍କୁ ତାଙ୍କ ପାଖକୁ ଆସିବାକୁ କହୁଥିଲେ। କିନ୍ତୁ ଯୁବତୀ ଜଣକ ତାଙ୍କ ଠାରୁ ଦୂରେଇ ରହୁଥିଲେ । ଏପରିକି ଦୁହେଁ ଏକାଠି କାମ କରୁଥିବା ଜୁଏଲାରୀ ଦୋକାନ ଛାଡ଼ି ଯୁବତୀ ଅନ୍ୟତ୍ର କାମ କରିଥିଲେ।

ଯୁବତୀ ଜଣକ ଅନ୍ୟତ୍ର କାମ କରୁଥିଲେ ବି ପିଛା ଛାଡିନଥିଲା ପ୍ରେମିକ । ତାଙ୍କ ପାଖକୁ ଆସିବାକୁ ବାଧ୍ୟ କରୁଥିଲା । ନଚେତ୍‌ ନିଜ ପାଖରେ ରଖିଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲେ । ଶେଷରେ ସେ ନଶୁଣିବାରୁ ଅଭିଯୁକ୍ତ ଜଣକ ଯୁବତୀଙ୍କ ଭିଣୋଇକୁ ଭିଡିଓ ପଠାଇଥିଲେ‌। ଏହାପରେ ସେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ‌। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଲୋକନାଥ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାର ମୋବାଇଲ ଜବତ କରିଛି ।

Related Articles

Back to top button