ଶ୍ରୀକ୍ଷେତ୍ରରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ୍‌ ଟ୍ରେନ୍‌ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଶ୍ରୀକ୍ଷେତ୍ରରୁ କୋଣାର୍କ ଗଡ଼ିବ ଟ୍ରେନ୍‌। ସେଥିପାଇଁ ନୂଆ ରେଳ ଲାଇନ୍‌ ନିର୍ମାଣ ହେବ। ସେହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା କରାଯିବ। ଯାହାଫଳରେ ପର୍ଯ୍ୟଟକମାନେ ଟ୍ରେନ୍‌ ଭିତରୁ ବାହାର ସବୁ ଦୃଶ୍ୟ ଦେଖିପାରିବେ। ଆଜି ଏନେଇ ସୂଚନା ଦେଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଗଣମାଧ୍ୟମକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ରେଳ ଲାଇନ୍‌କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩୨ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହେବ। ଏହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚଲିବ। ଟ୍ରେନ୍‌ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଲୋକମାନଙ୍କୁ ତଥ୍ୟ ଦିଆଯିବ। ଏହି ପ୍ରକଳ୍ପ ପାଇଁ ୨୧୫ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ରାଜ୍ୟ ସରକାର ସହଯୋଗ କଲେ ଜମି ଅଧିଗ୍ରହଣ ଆରମ୍ଭ କରାଯିବ।

ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପୁରୀରୁ କୋଣାର୍କ ରୁଟ୍‌ରେ ୩ରୁ ୪ଟି ସ୍ଥାନରେ ସ୍ପେଶାଲ୍‌ ପର୍ଯ୍ୟଟନ ହେରିଟେଜ୍‌ ହବ୍‌ ନିର୍ମାଣ କରାଯିବ। ସେଥିରେ ଲୋକାମାନେ ଆସି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରିପାରିବେ। ତାହା ପାଇଁ ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।ଏହି ସବୁ କାମ ଶୀଘ୍ର ସରୁ ବୋଲି ମହାପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି।

Related Articles

Back to top button