ଭି.କେ ପାଣ୍ଡିଆନ୍ ହେଲେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍ । ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗତକାଲି ସ୍ବେଚ୍ଛାକୃତ ଅବସର ନେଇଥିଲେ ବରିଷ୍ଠ ଆଇଏଏସ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ପାଣ୍ଡିଆନଙ୍କ ଭିଆରଏସଙ୍କୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ କରିଛି କେନ୍ଦ୍ରର କାର୍ମିକ ବିଭାଗ ।

Related Articles

Back to top button