ଆଜି ମା’ ଜଗତ ଜନନୀ ମହାମାୟାଙ୍କ ବିଜୟା ଦଶମୀ

ଆଜି ମା’ ଜଗତ ଜନନୀ ମହାମାୟାଙ୍କ ବିଜୟା ଦଶମୀ। ସମସ୍ତ ପୂଜା ମଣ୍ଡପରେ ସ୍ୱତନ୍ତ୍ର ନୀତି କାନ୍ତିରେ ମାଙ୍କ ପୂଜାର୍ଚ୍ଚନା ଚାଲିଛି। ଏନେଇ ଗାଁ ଠୁ ସହର ଚଳଞ୍ଚଳ ହୋଇଛି। ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସେପଟେ ଶ୍ରୀମନ୍ଦିରରେ ଦଶହରା ଉତ୍ସବ ପାଳନ କରାଯାଉଛି। ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ପରେ ତଡ଼ପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନିବାଡ଼ରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହୋଇ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତକରାଯିବ। ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଏ।

ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମାଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ ବିସର୍ଜନ କରାଯାଏ। ଏହି ଅବସରରେ ପଶ୍ଚିମବଙ୍ଗ ସହ ବିଭିନ୍ନ ସ୍ଥାନରେ ମହିଳାମାନେ ସିନ୍ଦୁର ଖେଳିଥାନ୍ତି । ବିବାହିତାମହିଳା ମାନେ ସାଧାରଣତଃ ପାରମ୍ପାରିକ ଭାବେ ଧଳା ଓ ନାଲି ରଙ୍ଗର ଶାଢ଼ି ପରିଧାନ କରି ଦେବୀ ଦୁର୍ଗାଙ୍କୁ ଆଳତୀ କରନ୍ତି, ପରେ ମା’ଙ୍କ କପାଳ ଓ ପାଦରେ ସିନ୍ଦୁର ଲଗାନ୍ତି। ସେହି ସିନ୍ଦୁର କୁ ପରସ୍ପର ମୁଣ୍ଡରେ ଲଗାଇ ଉତ୍ସବ ପାଳନ କରନ୍ତି। ପରିବାରର ଶୁଭଫଳ କାମନା ସହ ଆସନ୍ତା ବର୍ଷ ମା’ଙ୍କୁ ନିମନ୍ତ୍ରଣ କରନ୍ତି ।

Related Articles

Back to top button