ସତିଗୁଡା ଜଳଭଣ୍ଡାରର ଦୁଇଟି କେନାଲ ଖୋଲା, ଅପଚୟ ହେଉଛି ପ।ଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଲଘୁଚାପ ବର୍ଷ। ଲାଗି ରହିଛି। ଅନ୍ୟ ଦିଗରେ ସତିଗୁଡା ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ରହିଛି। କେନାଲ ପାଣି ଅପଚୟ ହେଉଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ହୋଇଥିବା ଯୋଗୁଁ ସତିଗୁଡା ଜଳଭଣ୍ଡାର ପୂର୍ଣ ହୋଇପ।ରି ନାହି। ଏହି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୧୯୨.୬୩ ମିଟର ରହିଥିବା ବେଳେ ବର୍ତମାନ ସୁଦ୍ଧା ଜଳ ଭଣ୍ଡାରରେ ୧୯୧.୭୫ ମିଟର ପାଣି ସଂରକ୍ଷିତ ହୋଇଛି। ପାଣି କମ ଥିବା ସତ୍ୱେ ଅନବରତ ଦୁଇଟି କେନାଲ ଦେଇ ପାଣି ଅପଚୟ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଜଳ ଭଣ୍ଡାରରୁ ମାଲକାନଗିରି ସହରକୁ ଜଳ ଯୋଗାଣ ହେଉଥିବା ବେଳେ ଦୁଇଟି କେନାଲ ମାଧ୍ୟମରେ ଚାଷ ଜମିକୁ ପାଣି ଯୋଗାଇବାର ବ୍ୟବସ୍ଥା ରହିଛି। ସତିଗୁଡା କନିଷ୍ଠ ଯନ୍ତ୍ରୀ ଭଗବାନ ନାଏକ କହିଛନ୍ତି, ତଳ ମୁଣ୍ଡକୁ ପାଣି ଆବଶ୍ୟକ ଥିବା ଯୋଗୁଁ କେନାଲ ଖୋଲା ରହିଥିଲା।

Related Articles

Back to top button