କେଆରକେଙ୍କ ଜୀବନ ପ୍ରତି ବିପଦ ଅଛି, ଟ୍ୱିଟ କରି ସାହାଯ୍ୟ ମାଗିଲେ ପୁଅ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ ଓ ଅଭିନେତା କମାଲ ରଶିଦ ଖାଁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ଦେବେନ୍ଦ୍ରେ ଫଡନାଭିସ ଓ ରିତେଶ ଦେଶମୁଖଙ୍କୁ ସାହାଯ୍ୟ ମାଗିଛନ୍ତି। ମୁମ୍ବାଇର କେତେକ ଲୋକ ମୋ ବାପାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ବୋଲି ଫୈଜଲ କମାଲ ଲେଖିଛନ୍ତି। ମୁଁ ମାତ୍ର ୨୩ ବର୍ଷର ଏବଂ ଲଣ୍ଡନରେ ରହୁଛି। ବାପାଙ୍କୁ କିପରି ସାହାଯ୍ୟ କରିବି ତାହା ଜାଣି ପାରୁନି। ତାଙ୍କ ବିନା ମୁଁ ଓ ମୋ ଭଉଣୀ ମରିଯିବୁ, ବୋଲି ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ୨ ବର୍ଷ ପୁରୁଣା ଏକ ଟ୍ୱିଟ ନେଇ କେଆରକେଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା। ଏବେ ତାଙ୍କୁ ଜାମିନ ମିଳିବା ପରେ ତାଙ୍କୁ ଫସାଇଥିବା ବ୍ୟକ୍ତିମାନେ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି। କେଆରକେ ସର୍ବଦା ତାଙ୍କ ଫିଲ୍ମ ରିଭ୍ୟୁର ବଲିଉଡର ସିନିୟର କଳାକାରଙ୍କୁ ଟାର୍ଗେଟ କରିଥାନ୍ତି।

Related Articles

Back to top button