
ରେଙ୍ଗାଲିରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ
କଣିହା: ଅନୁଗୋଳ ରେଙ୍ଗାଲି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ସୋମବାର ଛଡ଼ାଯାଇଛି। ଡ୍ୟାମର କେବଳ ଗୋଟିଏ ଗେଟ (୮ ନଂ.)ଖୋଲା ଯାଇଛି । ୮ ନମ୍ବର ଗେଟ ଦେଇ ବନ୍ୟାଜଳ ତଳମୁଣ୍ଡକୁ ଛଡା ଯାଉଛି। ଡ୍ୟାମର ଜଳ ଧାରଣା କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୧.୯୫ ମିଟର ରହିଛି । ଡ୍ୟାମ ଭିତରକୁ ୭,୮୦୦ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ପାଓ୍ବାର ଟନେଲ ଦେଇ ୫୮୭.୩୮ ଘନ ମିଟର ଜଳ ନିଷ୍କାସିତ ହେଉଛି ।