
ଧଳା ବାଘୁଣୀ ସ୍ନେହାର ଆଜି ନନ୍ଦନକାନନରେ ମୃତ୍ୟୁ ଘଟିଛି
ନନ୍ଦନକାନନରେ ଆଜି ଏକ ବାଘୁଣୀର ମୃତ୍ୟୁ ଘଟିଛି । ଧଳା ବାଘୁଣୀ ସ୍ନେହାର ଆଜି ନନ୍ଦନକାନନରେ ମୃତ୍ୟୁ ଘଟିଛି । ସ୍ନେହାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି ।
୧୪ ବର୍ଷୀୟା ସ୍ନେହା ଅସୁସ୍ଥ ଥିଲା ଓ ତାହାର ଚିକିତ୍ସା ଚାଲିଥିଲା । ବୟସାଧିକ୍ୟ ଓ ହିଟ୍ ୱେଭ ଯୋଗୁ ସେ ଅସୁସ୍ଥ ହୋଇପଡିଥିଲା ।