ଟିକେଟ ଫେରାଇ ଦେବ କି ସନ୍ତୋଷ ସିଂ ସାଲୁଜା !

ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେତେ ଦେଖିବାକୁ ମିଳୁଛି । ତେବେ ଏହାରି ଭିତରେ ଗୋଟିଏ ବଡ ଖବର ଆମ ପାଖରେ ଅଛି । ଟିକେଟ ଫେରାଇ ଦେବ କି ସନ୍ତୋଷ ସିଂ ସାଲୁଜା ! କଣ୍ଟାବାଞ୍ଝି ଆସନରୁ ବିଜେଡି ଟିକେଟରେ ଲଢିବା ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଯଦି ଏହି କଥାଟି ସତ ତେବେ ଏହା ବଲାଙ୍ଗିର ରାଜନୀତିରେ ହଇଚୟୀ ସୃଷ୍ଟି କରିପାରେ । ତେବେ ଗୋଟିଏ ପଟେ କଂଗ୍ରେସ କଣ୍ଟାବାଞ୍ଝିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥି ଘୋଷଣା କରିଥିବା ବେଳେ ଅନ୍ୟପଟେ ଟିକେଟ ମିଳିଥିଲେ ମଧ୍ୟ ସେ କଂଗ୍ରେସରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ଧରିଛି! ।

କଣ୍ଟାବାଞ୍ଝି ବିଧାନସଭା ପାଇଁ ବିଜେଡି ଏବେ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡିରେ ସାଲୁଜା ମିଶିବା ପରେ ଟିକେଟ ନେଇ କଣ୍ଟାବାଞ୍ଝିରୁ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଘନିଷ୍ଠ ସହଯୋଗୀଙ୍କ ସହ ଆଲୋଚନା କରି ଦଳ ବଦଳ ନିଷ୍ପତି ନେଇପାରନ୍ତି ସାଲୁଜା ।ଏପରିକି ପୂର୍ବରୁ କଂଗ୍ରେସରେ ଥିବା ଅଧିରାଜ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

Related Articles

Back to top button