୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୨୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ପୁଣି ୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୮ଟି ନମୁନା ମଧ୍ୟରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ସୂଚନା ଅନୁଯାୟୀ, ଏହି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆକ୍ରନ୍ତଙ୍କ ସଂଖ୍ୟା ଗତକାଲି ୩୩୦ରେ ପହଁଚିଥିଲା । ଆଜି ଆଉ ୨୫ ଜଣ ରୋଗୀ ଚିହ୍ନଟ ପରେ ରୋଗୀଙ୍କ ସଂଖ୍ୟା ୩୫୫ରେ ପହଁଚିଛି । ଏହି ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଭୟଭୀତ ହୋଇ ଦିନ କାଟୁଛନ୍ତି । ଏହା ପୂର୍ବରୁ ୪ ଅକ୍ଟୋବର ଦିନ ୨୦ ଜଣ ରୋଗୀ ସଂକ୍ରମିତ ହେଇଥିଲେ । ସରକାରଙ୍କ ତରଫରୁ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି।

 

Related Articles

Back to top button