ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଜଣ ଗିରଫ

ବାଲେଶ୍ୱର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ମଙ୍ଗଳବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ଭୟଭୀତ କରାଇ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି । ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିବା ସହ ୨ଜଣ ନାବାଳକଙ୍କୁ ବାଦ୍ ଦେଇ ଅନ୍ୟ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ମାନେ ଦମ୍ପତିଙ୍କ ଘରେ ପଶି ପ୍ରଥମେ ୩ ଜଣ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଗୋଟିଏ ପଟେ ସ୍ୱାମୀଙ୍କ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ଅନ୍ୟ ଅଭିଯୁକ୍ତମାନେ ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳିକି ନାରକୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘରେ ଥିବା ୧୦ ହଜାର ଟଙ୍କା ନେଇ ପଳାଇ ଥିଲେ ।

ମଙ୍ଗଳବାର ଏନେଇ ଏତଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ପଠାଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ଚିକିତ୍ସା ପାଇଁ ନିଆଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Back to top button