ଭୀମସାରରେ ୪ ଛୁଆଙ୍କୁ ଜନ୍ମ ଦେଲେ ମହିଳା, ମା’ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋନପୁର ଜିଲ୍ଲା ବଞ୍ଜିପାଲି ଗାଁର କୁନି ସୁନା ସୋମବାର ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ଦିନ ୨ଟାରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିଲେ। ପରେ ୨ଟା ୨ରେ ଆଉ ଏକ ଝିଅ ଓ ୨ଟା ୪ରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

Related Articles

Back to top button