
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ତ୍ରୁଟି: ୫୦ ମାର୍କ ବଦଳରେ ଆସିଲା ୮୦ ମାର୍କର ପ୍ରଶ୍ନପତ୍ର
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ସୋମବାର ଅନୁଷ୍ଠିତ ହୋଇଥିବା ପିଜି ରାଜନୀତି ବିଜ୍ଞାନ ପରୀକ୍ଷାରେ ପୁଣି ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ରାଜନୀତି ବିଜ୍ଞାନର ପିଜି ୪ର୍ଥ ସେମିଷ୍ଟାର କମ୍ପ୍ୟୁଟର ଆପ୍ଲିକେସନ ଇନ୍ ପଲିଟିକାଲ ସାଇନ୍ସ ପେପରରେ ୫୦ ମାର୍କ ବଦଳରେ ୮୦ ମାର୍କର ପ୍ରଶ୍ନପତ୍ର ଆସିଛି । ୨ ଘଣ୍ଟା ବଦଳରେ ୩ ଘଣ୍ଟା ସମୟ ଦିଆଯାଇଥିଲା । ତେବେ ପୂର୍ବରୁ ୫୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ସରିଥିବା ବେଳେ ସୋମବାର ୫୦ ମାର୍କର ଥିଓରୀ ହେବାର ଥିଲା ।