ଓଡ଼ିଶା ହାଇକୋର୍ଟ ତରଫରୁ ଗ୍ରୁପ-ଡି କ୍ୟାଡରରେ ନିଯୁକ୍ତି ପାଇଁ ବିଜ୍ଞାପନ

ରାଜ୍ୟର ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ହାଇକୋର୍ଟ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ଡି କ୍ୟାଡରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏପ୍ରିଲ ମାସ ୧୭ ତାରିଖରୁ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିବ ।

ଅର୍ଡରଲି ଓ ଅଫିସ ପିଅନ ପଦ ପାଇଁ ପ୍ରାର୍ଥୀମାନେ ଅଷ୍ଟମ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀ ରୋଷେଇ, ସଫାସୁତୁରା ଓ ହାଉସକିପିଂ ସହିତ ଅନ୍ୟାନ୍ୟ ଘରୋଇ କାର୍ଯ୍ୟ ଜାଣିଥିବେ । ଚତୁର୍ଥ ଶ୍ରେଣୀ ପଦ ପାଇଁ ପ୍ରାର୍ଥୀ ଅଷ୍ଟମ ପାସ୍ କରିଥିବା ସହ ରୋଷେଇ ଓ ହାଉସିଂକିପିଂ ଜାଣିଥିବେ । ସେହିପରି ମାଳି ପଦ ପାଇଁ ପ୍ରାର୍ଥୀ ଅଷ୍ଟମ ପାସ୍ କରିବା ସହ ଗାର୍ଡେନିଂ ଉପରେ ପ୍ରାକ୍ଟିକାଲ ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଗାର୍ଡେନିଂ କ୍ଷେତ୍ରରେ ସରକାରୀ କିମ୍ବା ବେସରକାରୀ ନର୍ସରୀ / ଫାର୍ମରେ ଅତିକମରେ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ: https://orissahighcourt.nic.in/important-notices-pdf-view/notification/751/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://orissahighcourt.nic.in/

Related Articles

Back to top button