ନୂତନ ଭାବେ ଲାଗୁ କରିଥିବା ନିୟମକୁ ପ୍ରତ୍ୟାହାର କଲା ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ ନୂତନ ଭାବେ ଲାଗୁ କରିଥିବା ନିୟମରେ ୟୁ ଟର୍ଣ୍ଣ ନେଇଛି । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଣା ନିୟମ ଅନୁସାରେ ମୁକାବିଲା ଆୟୋଜିତ ହେବ । ଟୋକିଓ ଅଲିମ୍ପିକ୍ସ ପରେ ଆଇଏସଏସଏଫ ନିୟମରେ କେତେକ ପରିବର୍ତନ କରିଥିଲା । ଏହା ଅନୁସାରେ ପିସ୍ତଲ ଓ ରାଇଫଲ ଇଭେଂଟର ଫାଇନାଲରେ ଅତିରିକ୍ତ ରାଉଣ୍ଡ ଯୋଗ କରାଯାଇଥିଲା ।

ଏବେ ନୂତନ ନିୟମ ଅନୁସାରେ ୮ରୁ ୧୫ ମେ ପର୍ଯ୍ୟନ୍ତ ବାକୁରେ ହେବାକୁ ଥିବା ବିଶ୍ୱକପ ଖେଳାଯିବ । ନୂତନ ନିୟମ ଅନୁସାରେ ଫାଇନାଲରେ ସମସ୍ତ ୮ ଶୁଟରଙ୍କୁ ୫ଟି ଶଟର ୨ଟି ସିରିଜ ମିଳିବ । ଏହା ପରେ ୧୪ ସିଙ୍ଗଲ ମ୍ୟାଚ ଶଟ ହେବ । ଫାଇନାଲିଷ୍ଟଙ୍କ ମଧ୍ୟରୁ ୧୨ତମ ଶଟ ପରେ ସବୁଠାରୁ କମ ପଂଏଟ ପାଇଥିବା ଶୁଟର ବିଦାୟ ନେବ । ବିଜେତା ମିଳିବା ପର୍ଯ୍ୟନ୍ତ ଏହି ଧାରା ବଳବତର ରହିବ ।

ପୁରୁଣା ଫର୍ମାଟରେ ସମସ୍ତ ଶୁଟରଙ୍କ ମଧ୍ୟରେ କ୍ୱାଲିଫିକେଶନ ରାଉଣ୍ଡ ହେଉଥିଲା । ଶେଷ୍ଠ ୮ ଶୁଟର ଫାଇନାଲ ରାଉଣ୍ଡରେ ଅଂଶଗ୍ରହଣ କରୁଥିଲେ । ଏହି ରାଉଣ୍ଡରେ ନିର୍ଦ୍ଧାରିତ ଶଟ ପରେ ଖେଳାଳି ଏଲିମିନେଟେଡ ହେଉଥିଲେ । ପ୍ରଥମ ୩ଟି ସ୍ଥାନରେ ଥିବା ଶୁଟରଙ୍କୁ ପଦକ ମିଳୁଥିଲା ।

Related Articles

Back to top button