ଏସ୍‌ଏସ୍‌ସି ସିଜିଏଲ୍ ୨୦୨୨: ଗ୍ରୁପ୍‌-ବି ଓ ସିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ, ୨୦ ହଜାର ପଦବୀ ଖାଲି

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା(CGL)୨୦୨୨ ଗ୍ରୁପ୍‌-ବି ଏବଂ ସିରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଇଛୁକ ପ୍ରାର୍ଥୀମାନେ ଏସ୍‌ଏସ୍‌ସି ଅଫିସିଆଲ୍ ୱେବସାଇଟ ssc.nic.inରେ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।

ଏସ୍‌ଏସ୍‌ସି ସିଜିଏଲ୍ ୨୦୨୨ରେ ବାହାରିଥିବା ନିଯୁକ୍ତ ପ୍ରାର୍ଥୀମାନେ ଗୁଡ଼ିକ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଳାୟ ତଥା ବିଭାଗରେ ଗ୍ରୁପ୍‌-ବି ଏବଂ ସିରେ ଅବସ୍ଥାପିତ ହେବେ। ପ୍ରାୟ ୨୦ ହଜାର ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଅଲଗା ଅଲଗା ବିଭାଗରେ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଅଫିସର, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ଜୁନିଅର ଆକାଉଣ୍ଟାଣ୍ଟ ଅଧିକାରୀ, ଅଡିଟର, ଆକାଉଣ୍ଟାଣ୍ଟ, ଅପର୍ ଡିଭିଜନ୍ କ୍ଲର୍କଙ୍କ ସମେତ ଅନେକ ପଦବୀ ଅଛି। ସରକାରୀ ୱେବସାଇଟରେ ଖୁବ ଶୀଘ୍ର ପଦବୀ ପ୍ରକାଶ ପାଇବ।

ଆୟୋଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୮ ଅକ୍ଟୋବର ୨୦୨୨। ଏହି ଦିନ ରାତି ୧୧ ଟା ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।

Related Articles

Back to top button