୨୪ ଘଣ୍ଟାରେ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଗତ ୨୪ ଘଣ୍ଟାରେ ଡାକ୍ତରଙ୍କ ଅବହେଳା ଲାଗି ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଯୋଗ୍ୟ, ଶନିବାର ରାତି ୯ଟା ପରେ ୬ ଜଣ ନବଜାତକ ଶିଶୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ରାତି ୧୧ଟାରେ ପ୍ରଥମ ନବଜାତକର ମୃତ୍ୟୁ ହୋଇଥିଲା । ପରେ ପରେ ଆଉ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ICUକୁ କୌଣସି ଡାକ୍ତର ଚିକିତ୍ସା ପାଇଁ ନଆସିବାରୁ ଏଭଳି ଅଘଟଣ ଘଟିଛି ବୋଲି ଶିଶୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶନିବାରଠୁ ଏବେ ଯାଏଁ ମୋଟ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ଅବହେଳା ଓ ଅକ୍ସିଜେନ ଅଭାବକୁ ଦାୟୀ କରିଛନ୍ତି ପରିବାର ଲୋକେ । ଏପିରିକି ଶିଶୁଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ଭଙ୍ଗାରୁଜା କରିଛନ୍ତି।

Related Articles

Back to top button