ରାଜ୍ୟଗୋଷ୍ଠୀ କ୍ରୀଡାରେ ବୋଞ୍ଜ ଜିତିଲେ ପି. ଗୁରୁରାଜ, ରୌପ୍ୟ ଜିତିଲେ ସଂକେତ ସାଗର

ବର୍ମିଂହାମ୍‍: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଶନିବାର ୨ ପଦକ ହାସଲ କରିଛି । ଭାରୋତ୍ତୋଳନର ୬୧ କେଜି ପୁରୁଷ ବର୍ଗରେ ପି. ଗୁରୁରାଜ ବୋଞ୍ଜ ପଦକ ଜିତିଛନ୍ତି। ଭାରୋତ୍ତୋଳନରେ ଭାରତର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଫଳରେ ବର୍ମିଂହାମ୍‍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି ।

ପୂର୍ବରୁ ଭାରୋତ୍ତୋଳନର ୫୫ କିଗ୍ରା ପୁରୁଷ ବର୍ଗରେ ଭାରତର ସଂକେତ ସାଗର ରୌପ୍ୟ ପଦକ ଜିତି ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହେବାର ଗୌରବ ଅର୍ଜନ କରିଥିଲେ । ଭାରୋତ୍ତୋଳନରେ ଚମତ୍କାର ପ୍ରଦର୍ଶନ କରି ସେ ରୌପ୍ୟ ପଦକ ହାସଲ କରିଥିଲେ ।

Related Articles

Back to top button