ଇତିହାସ ରଚିଲେ ମୀରାବାଇ ଚାନୁ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ପାଇଁ ଜିତିଲେ ପ୍ରଥମ ସ୍ଵର୍ଣ୍ଣ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ  ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛି। ମୀରାବାଇ ଚାନୁ ମହିଳା ଭାରୋତ୍ତୋଳନ ୪୯ କିଲୋ ବର୍ଗରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ଚାନୁ ସ୍ନାଚରେ ୮୮ କିଲୋଗ୍ରାମ ଭାର ଉଠାଇ ଏହି ଉପଲବ୍ଧି ହାସଲ କରିଛନ୍ତି। ଅନ୍ୟପଟେ କ୍ଲିନ ଆଣ୍ଡ ଜର୍କରେ ୨୭ ବର୍ଷୀୟ  ମୀରାବାଇ ୧୦୯ କିଲୋଗ୍ରାମ ଓଜନ  ଉଠାଇଥିଲେ। ଏଥିସହ ଭାରୋତ୍ତୋଳନରେ ଭାରତ ତୃତୀୟ ପଦକ ଜିତିଛି।

Related Articles

Back to top button