ଏସିଆ କପ କ୍ରିକେଟ ପାଇଁ ପ୍ରକାଶ ପାଇଲା ଖେଳସୂଚୀ- ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଚଳିତମାସ ଶେଷରେ ଏସିଆ କପ- ୨୦୨୨ ଖେଳାଯିବା ପାଇଁ ବିସିସିଆଇ ସଚିବ ଜୟ ଶାହା ଖେଳସୂଚୀ ତାଲିକା ଘୋଷଣା କରିଛନ୍ତି। ତେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ବୋଲି ସେ ପ୍ରକାଶ କରିଛନ୍ତି।
ଟି-୨୦ ଫର୍ମାଟରେ ଖେଳାଯିବ ଏସିଆ କପ। ଅଗଷ୍ଟ ୨୭ରୁ ଚଳିତ ଏସିଆ କପର ଶୁଭାରମ୍ଭ ହେବ। ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଅଗଷ୍ଟ ୨୮ ରବିବାର ସନ୍ଧ୍ୟାରେ ଦୁବାଇରେ ଭାରତ ଓ ପାକିସ୍ତାନ ହେବ ମ୍ୟାଚ।

ଦୁବାଇରେ ଚଳିତ ଥର ଏସିଆ କପ-୨୦୨୨ର ମ୍ୟାଚ ଖେଳାଯିବ। ଅଗଷ୍ଟ ୨୭ରୁ ୩୧ ଯାଏ ଗ୍ରୁପ ପର୍ଯ୍ୟାୟ ଖେଳାଯିବ। ଏହା ପରେ ସୁପର-୪ ମ୍ୟାଚ ଖେଳାଯିବ । ସେହିଭଳି ସେପ୍ଟେମ୍ବର ୩ରୁ ସେପ୍ଟେମ୍ବର ୯ ଯାଏ ଏହି ମ୍ୟାଚ ଖେଳାଯିବ। ଏସିଆ କପର ସମସ୍ତ ମ୍ୟାଚ ଟି-୨୦ ଫର୍ମାଟରେ ଖେଳାଯିବ। ସେପ୍ଟେମ୍ବର ୧୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Related Articles

Back to top button