କର୍ଣ୍ଣାଟକରେ ଭୂସ୍ଖଳନ, ୬ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ ଏବଂ ଦକ୍ଷିଣ କନ୍ନଡ ଜିଲାରେ ଭୂସ୍ଖଳନରେ ଦୁଇ ଭଉଣୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ପୋଲିି କହିଛିଯେ ମୃତକଙ୍କ ମଧ୍ୟରେ ଉଭୟ ଭଉଣୀଙ୍କ ମୃତଦେହ ପରସ୍ପରର ହାତ ଧରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଉତ୍ତର କନ୍ନଡ ଜିଲାର ଭଟକଲ ତାଲୁକା ଅନ୍ତର୍ଗତ ମୁତାଲି ଗ୍ରାମରେ ଏକ ପର୍ବତର ଏକ ଅଂଶ ଖସିପଡିବାରୁ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ଦ୍ୱିତୀୟ ଘଟଣା ଦକ୍ଷିଣା କନ୍ନଡ ଜିଲାର ସୁବ୍ରମଣ୍ୟମରେ ଘଟିଛି। ସେଠାରେ ଦୁଇ ଭଉଣୀଙ୍କ ମୃତଦେହ ପରସ୍ପରର ହାତ ଧରିଥିବାର ଦେଖିବାକୁ ମିଳିଛି। ପର୍ବତର ଏକ ଅଂଶ ସେମାନଙ୍କ ଘରେ ପଡ଼ିବା ପରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା

ଉଦ୍ଧାର କାର୍ଯ୍ୟ ପରେ ୧୧ ବର୍ଷୀୟ ଶ୍ରୁତି ଏବଂ ୬ ବର୍ଷୀୟ ଜ୍ଞନଶ୍ରୀଙ୍କ ମୃତଦେହ ମିଳିଛି ବୋଲି ପୋଲିସ କହିଛି। ମୃତ ବାଳିକାମାନଙ୍କ ପିତାଙ୍କ ନାମ କୁସୁମଧର। ସେ କହିଛନ୍ତି ଯେ ସୁବ୍ରମଣ୍ୟମରେ ପ୍ରବଳ ବର୍ଷା ହୋଇଛି। ଏହା ଯୋଗୁ ଭୂସ୍ଖଳନ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ରାସ୍ତାରେ ଗଛ ପଡିବା ସହ ପାଣି ଜମି ରହିଥିବାରୁ ତୁରନ୍ତ ଉଦ୍ଧାରକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିପାରି ନଥିଲେ। ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।

Related Articles

Back to top button