ଏସିଆ କପର ବାକି ତକ ମ୍ୟାଚରୁ ଓହରିଲେ ଆଭେଶ

ଦୁବାଇ: ଏସିଆ କପ ଅବସରରେ ଭାରତକୁ ମଙ୍ଗଳବାର ଆଉ ଏକ ଶକ୍ତ ଧକା ଲାଗିଛି । ଅସୁସ୍ଥ ହେବା ଯୋଗୁ ଭାରତର ପେସ ବୋଲର ଆଭେଶ ଖାଁ ଚଳିତ ଏସିଆ କପ କ୍ରିକେଟର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଥିଲେ । ଏଥିପାଇଁ ସେ ୨ଟି ମ୍ୟାଚରେ ଖେଳିପାରି ନ ଥିଲେ । ପ୍ରଥମ ୨ଟି ମ୍ୟାଚରେ ତାଙ୍କ ବୋଲିଂ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନ ଥିଲା । ପାକିସ୍ତାନ ବିପକ୍ଷରେ ୨ ଓଭରରେ ୧୯ରନ ଦେଇ ଗୋଟିଏ ୱିକେଟ ନେଇଥିବା ବେଳେ ହଂକଂ ବିରୋଧରେ ୪ ଓଭରରେ ୫୩ ରନ ଦେଇଥିଲେ ।

ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଧାରୁ ଓହରି ଯାଇଥିଲେ । ଆଘାତ ଏବଂ ଫର୍ମ ସମସ୍ୟା ଯୋଗୁ ଟିମ କମ୍ବିନେଶନ ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ ପାକିସ୍ତାନ ବିପକ୍ଷ ସୁପର ୪ରେ ଦେଖିବାକୁ ମିଳିଥିଲା । ଜାଡେଜାଙ୍କ ଆଘାତ ସମସ୍ୟା ଦଳକୁ ଅସୁବିଧାରେ ପକାଇ ଦେଇଥିଲା । ଆଭେଶଙ୍କ ସ୍ଥାନରେ ଚୂଡାନ୍ତ ଦଳରେ ଦୀପକ ଚହରଙ୍କୁ ସାମିଲ କରାଯାଇଛି ।

 

Related Articles

Back to top button