ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଭାରତ ଲାଗି କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ ପୁନିଆ, ରୋପ୍ୟ ଜିତିଲେ ଅଂଶୁ ମଲ୍ଲିକ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ରେସଲିଂରେ ମିଳିଛି ସ୍ୱର୍ଣ୍ଣ। ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଛଲାନ ମ୍ୟାକନିଲଙ୍କୁ ୯-୨ ହରାଇ ଚାମ୍ପିୟନ ହୋଇଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବଜରଙ୍ଗ ସ୍ୱର୍ଣ୍ଣ ଜିତିଥିଲେ।

ସେହିପରି ୫୭ କେଜି ବର୍ଗ ମହିଳା କୁସ୍ତିରେ ଅଂଶୁ ମଲ୍ଲିକ ରୌପ୍ୟ ପଦକ ଜିତିଛନ୍ତି।

 

Related Articles

Back to top button