ହମ୍ବତୋଟା ବନ୍ଦରକୁ ସ୍ପାଏ ଜାହାଜ ପଠାଇଲା ଚାଇନା, ଭାରତର ଆପତ୍ତି

ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ପୁଣି ଦେଖାଦେଇଛି। ବର୍ତ୍ତମାନ ଚାଇନାର ଆଉ ଏକ କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ସମ୍ପର୍କକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଭାରତ ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ତିକ୍ତତାର ନୂଆ କାରଣ ହେଉଛି ଚାଇନାର ସ୍ପାଏ ଜାହାଜ ୟୁଆନ ୱାଙ୍ଗ-୫। ସୂଚନାଯୋଗ୍ୟ, ଚାଇନା ଏହି ଜାହାଜକୁ ଶୁକ୍ରବାର ଆରବ ସାଗର ସ୍ଥିତ ଶ୍ରୀଲଙ୍କାର ହମ୍ବତୋଟା ବନ୍ଦରକୁ ପଠାଇଛି। ଏହି ଜାହାଜ ଅଗଷ୍ଟ ୧୧ରେ ଉକ୍ତ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ଚାଇନାର ଏହି ସ୍ପାଏ ଜାହାଜ ଆରବ ସାଗରରେ ଭାରତ ସୈନ୍ୟଙ୍କ ଗତିବିଧି ଓ ସାମରିକ ତଥ୍ୟ ସଂଗ୍ରହ ନେଇ ଏକ ସପ୍ତାହ ରହି ଗୁପ୍ତଚର କାର୍ଯ୍ୟ କରିବ। ଅନ୍ୟପଟେ ଏହାକୁ ଭାରତ ବିରୋଧ କରିବା ସହ ଆପତ୍ତି ଉଠାଇଛି। ଚାଇନାର ଏହି ସ୍ପାଏ ଜାହାଜକୁ ହମ୍ବତୋଟା ବନ୍ଦରରେ ରହିବାକୁ ଅନୁମତି ନ ଦେବାକୁ ଭାରତ ଶ୍ରୀଲଙ୍କାକୁ ଅନୁରୋଧ କରିଥିଲା। କିନ୍ତୁ ଶ୍ରୀଲଙ୍କା ଭାରତର ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଚାଇନା ଜାହାଜକୁ ନିଜ ବନ୍ଦରରେ ରହିବାକୁ ଅନୁମତି ଦେଇଛି। ଏହାକୁ ନେଇ ଭାରତ-ଚାଇନା ମଧ୍ୟରେ ତିକ୍ତତା ଆଶଙ୍କା ଆହୁରି ବଢ଼ାଇଦେଇଛି।

Related Articles

Back to top button