ବିସିସିଆଇର ଅମ୍ପାୟାର ତାଲିକା ଘୋଷଣା : ଏ+ରେ ୧୦ ଜଣ ସ୍ଥାନ ପାଇଲେ

ନୂଆଦିଲ୍ଲୀ:  ଆପେକ୍ସ କାଉନସିଲ୍‌ ବୈଠକର ଦିନକ ପରେ ବିସିସିଆଇ ଅମ୍ପାୟାର ତାଲିକା ଘୋଷଣା ହୋଇଛି । ଚଳିତ ବର୍ଷ ବିସିସିଆଇ ଅମ୍ପାୟାର ତାଲିକାରେ ନୂଆ ଏ+ ଶ୍ରେଣୀ ଲାଗୁ କରିଛି । ଅମ୍ପାୟାରମାନଙ୍କୁ ମୋଟ ୫ଟି ଶ୍ରେଣୀରେ ଭାଗ କରାଯାଇଛି । ଏ+ ଶ୍ରେଣୀରେ ମୋଟ ୧୦ଜଣ ଅମ୍ପାୟାର ସ୍ଥାନ ପାଇଛନ୍ତି ।

ଆଇସିସି ଏଲିଟ୍‌ ପ୍ୟାନେଲ ସଦସ୍ୟ ଥିବା ନିତିନ ମେନନଙ୍କ ସମେତ ଅନିଲ ଚୌଧୁରୀ, ମଦନଗୋପାଳ ଜୟରାମ, ବୀରେନ୍ଦର କୁମାର ଶର୍ମା, କେ.ଏନ୍‌ ଅନନ୍ତପଦ୍ମନାଭନ, ରୋହନ ପଣ୍ଡିତ, ନିଖିଲ ପଟୱର୍ଦ୍ଧନ, ସଦାସିବ ଆୟର, ଉଲ୍ଲାସ ଗାନ୍ଧି, ନବଦୀପ ସିଂହ ସିଦ୍ଧୁ ପ୍ରମୁଖ ଏହି ଶ୍ରେଣୀରେ ସ୍ଥାନ ପାଇଛନ୍ତି ।

ସେହିପରି ଏ’ ଶ୍ରେଣୀରେ ୨୦ଜଣ, ବି’ରେ ୬୦ଜଣ, ସି’ରେ ୪୬ ଏବଂ ଡି’ରେ ୧୧ଜଣ ଅମ୍ପାୟାର ସାମିଲ୍‌ ରହିଛନ୍ତି । ଏ+ ଓ ଏ’ ଶ୍ରେଣୀରେ ସ୍ଥାନ ପାଇଥିବା ଅମ୍ପାୟାରମାନେ ପ୍ରଥମ ଶ୍ରେଣୀ ମ୍ୟାଚରେ ଦିନକୁ ୪୦,୦୦୦ ଟଙ୍କା ଏବଂ ବି ଓ ସି’ ଶ୍ରେଣୀରେ ଥିବା ଅମ୍ପାୟାରମାନେ ୩୦,୦୦୦ ଟଙ୍କା ପାଇବେ । ଚଳିତ ବର୍ଷ ବିସିସିଆଇ ସମ୍ପୂର୍ଣ୍ଣ ଘରୋଇ ସିଜନ ଆୟୋଜନ କରିବ । ବିଭିନ୍ନ ବୟର୍ସ ବର୍ଗ (ପୁରୁଷ ଓ ମହିଳା) ରେ ମୋଟ ୧୮୩୨ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button