ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା

ରାଜ୍ୟରେ ଏବେ ଅସହ୍ୟ ଗରମ ଆରମ୍ଭ ହୋଇଯାଇଥିବା ବେଳେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତାତିରୁ ଆଶ୍ୱସ୍ତି ମିଳିଛି । ପଶ୍ଚିମାଝଡ ସକ୍ରିୟ ଥିବାରୁ ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ସମେତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ତେବେ ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା ଥିବାରୁ ଦିନର ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୨ଟି ଘୁର୍ଣ୍ଣିବଳୟ (ସାଇକ୍ଲୋନିକ୍ ସର୍କୁଲେସନ୍) ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉପରେ ସକ୍ରିୟ ରହିଛି। ଯାହା ଫଳରେ ରାଜ୍ୟର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷ ହୋଇଥିବା ସତ୍ତ୍ୱେ ଦିନ ତାପମାତ୍ରା ହ୍ରାସ ପାଇନାହିଁ। ମଙ୍ଗଳବାର ଦିନରେ ପାରଦ ୩୮ ଡିଗ୍ରୀ ଉପରେ କିଛି ସ୍ଥାନର ତାପମାତ୍ରା ରହିଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଂଜାମ ପାରଳାଖେମୁଣ୍ତିରେ ପାରଦ ୩୮.୨ ଡିଗ୍ରୀ ରହିଥିବା କହିଛି ଆଂଚଳିକ ପାଣିପାଗ କେନ୍ଦ୍ର।

ଗୁରୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହି ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ୩ ଦିନ ହାଲୁକା ବର୍ଷା ସାଙ୍ଗକୁ ବିଜୁଳି ଘଡଘଡିର ସମ୍ଭାବନା ରହିଛି। ବୁଧବାର ରାଜ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଆସନ୍ତା ୭ରୁ ୮ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବିଜୁଳି ଘଡଘଡି ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Related Articles

Back to top button