ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବାଜିଲା ବଲ

ନୂଆଦିଲ୍ଲୀ: ୧୯ ବର୍ଷରୁ ବିଶ୍ୱକପ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବଲ ବାଜିଛି । ତେବେ କିପରି ତାଙ୍କ ଆଖିରେ ବଲ ବାଜିଲା ତାହା ସ୍ପଷ୍ଟ ହୋଇନି । ୨୯ ବର୍ଷୀୟ ଏହି ଯୁବ ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ ଏବେ ଆମେରିକା ପକ୍ଷରୁ କ୍ରିକେଟ ଖେଳୁଛନ୍ତି । ଆଖିରେ ବଲ ବାଜିବା ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ନେଇ ପ୍ରଶଂସକମାନେ ବ୍ୟସ୍ତ ଓ ବିବ୍ରତ ହୋଇ ପଡିଥିଲେ । ତେବେ ବଲ ବାଜିବା ସତ୍ୱେ ତାଙ୍କ ଆଖି ସୁରକ୍ଷିତ ଅଛି ଏବଂ ସେ ବିପଦମୁକ୍ତ ବୋଲି ଚାନ୍ଦ ଉଲ୍ଲେଖ କରିଛନ୍ତି ।

ଜଣେ ଆଥଲେଟ ପାଇଁ ସର୍ବଦା ପଥ ସୁଗମ ହେବ ବୋଲି ମାନେ ନାହିଁ । ଆଶା, ନିରାଶା ଓ ବିଜୟ ପରାଜୟ ନେଇ ଆଗେଇବାକୁ ହେବ ବୋଲି ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ଉନ୍ମୁକ୍ତ ଜଣେ ପ୍ରତିଭାବାନ କ୍ରିକେଟର ହେଲେ ମଧ୍ୟ ଜାତୀୟ ଦଳ ପକ୍ଷରୁ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇ ନ ଥିଲେ । ଶେଷରେ ସେ ନିଜ କ୍ୟାରିୟରକୁ ବଂଚାଇବା ପାଇଁ ଆମେରିକା ପକ୍ଷରୁ ଖେଳିଥିଲେ ।

Related Articles

Back to top button