ୟୁକ୍ରେନ ଅଞ୍ଚଳକୁ ଋଷ ନିଜ ସହ ମିଶାଇନେବା ଘଟଣା: ତୁର୍କି କହିଲା ଋଷିୟ କ୍ଷେତ୍ର ଭାବେ ଦେବନି ମାନ୍ୟତା

ଅଙ୍କାରା: ୟୁକ୍ରେନ ଅଞ୍ଚଳକୁ ଋଷ ନିଜ ସହ ମିଶାଇନେବା ଘଟଣାକୁ ନେଇ ବିଭିନ୍ନ ଦେଶ ପ୍ରତିକ୍ରିୟା ଦେଉଛନ୍ତି। ଏଥିରେ ଋଷିଆର ନିକଟତମ ପଡୋଶୀ ତୁର୍କୀଏ ଏପରି ଜବରଦଖଲକୁ ମାନ୍ୟତା ଦେବ ନାହିଁ ବୋଲି କହିଛି। ତୁର୍କିଏ ବିଦେଶ ମନ୍ତ୍ରାଳୟ ଏକ ବୟାନରେ ଡୋନେଟସ୍କ ଓ ଲୁହାଂସ୍କ ପ୍ୟୁପିଲସ୍ ରିପବ୍ଲିକ୍ ସହିତ ଜପୋରେଜିଆ ଓ ଖେରସାନ କ୍ଷେତ୍ରକୁ ଋଷିଆରେ ସାମିଲ ନିଷ୍ପତ୍ତିକୁ ମାନ୍ୟତା ଦେଇପାରିବୁ ନାହିଁ ବୋଲି କହିଛି।

ତୁର୍କିଏର ଏହି ନିଷ୍ପତ୍ତିକୁ ଋଷିଆ ଲାଗି ଏବେ ଝଟକା ମନେ କରାଯାଉଛି। ତୁର୍କିଏ ରାଷ୍ଟ୍ରପତି ରେସେପ୍ ତ୍ୟେପା ଏର୍ଦୋଗାନଙ୍କର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଗଭୀର ବନ୍ଧୁତା ରହିଛି। ନିକଟରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ (ଏସିସିଓ)ରେ ଉଭୟଙ୍କ କେମେଷ୍ଟ୍ରି ଦେଖାଯାଇଥିଲା। ଏର୍ଦୋଗାନ ଋଷିଆ-ୟୁକ୍ରେନ ଯୁଦ୍ଧ ରୋକିବା ଲାଗି ଦୁଇ ଦେଶଙ୍କ ମଧ୍ୟରେ ବୈଠକ ମଧ୍ୟ କରାଇଥିଲେ। ତେବେ ଏଥିରୁ କୌଣସି ପରିଣାମ ବାହାରି ପାରିନଥିଲା।

ତୁର୍କିଏ ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ ୨୦୧୪ରେ ଅବୈଧ ଜନମତ ସଂଗ୍ରହରେ କ୍ରିମିୟାକୁ ଋଷିୟ କ୍ଷେତ୍ର ଭାବେ ଏପର୍ଯ୍ୟନ୍ତ ତୁର୍କିଏ ମାନ୍ୟତା ଦେଇ ନଥିବା କହିଛି। ଆମେ ପ୍ରତ୍ୟେକ ଅବସରରେ ୟୁକ୍ରେନର ରାଷ୍ଟ୍ରୀୟ ସାର୍ବଭୌମତା, ସ୍ୱାଧୀନତା ଓ କ୍ଷେତ୍ରିୟ ଅଖଣ୍ଡତା ଆମର ମଜଭୁତ ସମର୍ଥନ ଦେଇ ଆସିଛୁ। ତେବେ ୨୦୧୪ରେ ଆପଣାଯାଇଥିବା ନୀତିକୁ ଋଷିଆ ପୁଣି ୨୦୨୨ ମସିହାରେ ଦୋହରାଇ ୟୁକ୍ରେନର ଡୋନେଟସ୍କ, ଲୁହାଂସ୍କ, ଜାପରୋଜିଆ ଓ ଖେରସାନକୁ ନିଜ ସହ ମିସାଇ ନେବା ଲାଗି ଋଷିଆର ନିଷ୍ପତ୍ତିକୁ ଆମେ ଅସ୍ୱୀକାର କରୁଛୁ ବୋଲି କୁହାଯାଇଛି।

ଏହି ନିଷ୍ପତ୍ତିକୁ ତୁର୍କିଏ ଅନ୍ତର୍ଜାତୀୟ ଆଇନରେ ସ୍ଥାପିତ ସିଦ୍ଧାନ୍ତର ଗୁରୁତର ଉଲ୍ଲଂଘନ ଯାହାକୁ କେବେ ସ୍ୱୀକାର କରାଯାଇ ପାରିବ ନାହିଁ ବୋଲି କହିଛି। ତେବେ ଆମେ ଏହି ଯୁଦ୍ଧର ସମାଧାନ ଲାଗି ଆମର ସମର୍ଥନ ଦୋହରାଉଛୁ ବୋଲି ମଧ୍ୟ କହିଛି। ଦୁଇ ଦେଶଙ୍କ ମଧ୍ୟରେ ଶାନ୍ତି ଆଲୋଚନା ମାଧ୍ୟମରେ ହାସଲ କରାଯାଇପାରେ ବୋଲି ତୁର୍କିଏ କହିଛି। ଋଷିଆ ଓ ତୁର୍କି ନେତାଙ୍କ ବନ୍ଧୁତ୍ୱ ବେଶ ଜଣାଶୁଣା। ତୁର୍କିଏ ନାଟୋର ସକ୍ରିୟ ସଦସ୍ୟ। ଏହା ସତ୍ତ୍ୱେ ଋଷିଆରୁ  ତୁର୍କିଏକୁ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରୟ କରିଛି। କେବଳ ଏତିକି ନୁହେଁ ସିରିଆରେ ଋଷିଆ ଓ ତୁର୍କିଏ ମିଳିତ ସୈନ୍ୟ ଅଭିଯାନ ଚଳାଇଛନ୍ତି। ଏଥିରେ ଋଷିଆର ନିଷ୍ପତ୍ତିକୁ ତୁର୍କିଏ  ଅସ୍ୱୀକାର କରିବା ଋଷିଆ ଲାଗି ଝଟକା ବୁଝା ଯାଉଛି।

Related Articles

Back to top button