ଆଇପିଏଲର ଆଗାମୀ ସଂସ୍କରଣରେ ଧୋନୀ ହେବେ ଚେନ୍ନାଇର ଅଧିନାୟକ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇବେ । ରବିବାର ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏହା ସ୍ପଷ୍ଟ କରିଛନ୍ତି । ଗତ ସଂସ୍କରଣରେ ଚେନ୍ନାଇ ୨ ଥର ଅଧିନାୟକ ପରିବର୍ତନ କରିଥିଲା । ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଥମେ ଅଧିନାୟକ କରାଯାଇଥିଲା ମାତ୍ର ଦଳର ଖରାପ ପ୍ରଦର୍ଶନ ଯୋଗୁ ଧୋନୀଙ୍କୁ ଏହି ଦାୟିତ୍ୱ ପୁନର୍ବାର ଦିଆ ଯାଇଥିଲା । ୨୦୨୩ରେ ଅଧିନାୟକ କିଏ ହେବ ସେ ନେଇ ଆଲୋଚନା ଜୋର ଧରିଥିବା ବେଳେ କାଶୀ ବିଶ୍ୱନାଥ ଏଥିରେ ବିରାମ ଦେଇଛନ୍ତି । ଆଇପିଏଲ ଆରମ୍ଭରୁ ଧୋନୀ ଚେନ୍ନାଇର ଅଧିନାୟକ ଦାୟିତ୍ୱ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୪ଥର ଚାମ୍ପିୟନ ହୋଇଥିଲା । ଏହା ପରେ ଟିମ ଉପରେ ୨ ବର୍ଷ ପ୍ରତିବନ୍ଧ ଲଗା ଯାଇଥିଲା । ସେ ସମୟରେ ଧୋନୀ ପୁଣେ ସୁପର ଜ୍ୟାଂଟସର ଅଧିନାୟକ ହୋଇଥିଲେ।

ଏହା ପରେ ସେ ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ଖେଳିଥିଲେ। ଆଇପିଏଲରେ ସର୍ବାଧିକ ୨୧୦ ମ୍ୟାଚରେ ଧୋନୀ ଅଧିନାୟକ ହୋଇଛନ୍ତି । ଏଥିରେ ସେ ୧୨୩ରେ ବିଜୟ ହାସଲ କରିଥିବା ବେଳେ ୮୬ ମ୍ୟାଚରେ ପରାଜିତ ହୋଇଥିଲେ। ତାଙ୍କ ପଛକୁ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୧୪୩ ମ୍ୟାଚରେ ଅଧିନାୟକ ହୋଇ ୭୯ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି। ଗତ ସଂସ୍କରଣରେ ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୪ରୁ ୪ ମ୍ୟାଚରେ ବିଜୟ ହାସଲ କରିଥିଲା।

Related Articles

Back to top button