ଫୁଟବଲ ଖେଳାଳିଙ୍କ ଜର୍ସି ପିନ୍ଧି ବାହାହେଲେ କେରଳ ଦମ୍ପତି
ଥିରୁଅନନ୍ଦପୁରମ: ଫିଫା ୱାର୍ଲଡ କପ ନିଶା ଏବେ ବି ଉତୁରନି ଫ୍ୟାନ୍ସ ମନରୁ । ନିଜ ପ୍ରିୟ ଖେଳାଳିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ପାଗଳ ଫୁଟବଲପ୍ରେମୀ । ଏମିତି ଏକ ଫୁଟବଲ ପ୍ରେମୀ ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଫଟୋ କେରଳର ବୋଲି କହୁଯାଉଛି । ଏହି ଫୁଟବଲ ପ୍ରେମୀ ବିବାହ କରୁଥିବାର ଫଟୋ ସାମ୍ନାକୁ ଆସିଛି । ସେମାନେ ବିବାହ କରୁଛନ୍ତି । କିନ୍ତୁ ପିନ୍ଧିଛନ୍ତି ମେସି ଏବଂ ଏମ୍ବାପ୍ପେଙ୍କ ଜର୍ସି । ବିବାହ ସମୟରେ ଏହି ଜର୍ସି ପିନ୍ଧି ଉଭୟ ଫାଇନାଲ ମ୍ୟାଚର ମଜା ବି ନେଇଥିଲେ ।
କେରଳ ଲୋକମାନେ ଫୁଟବଲ ପ୍ରେମୀ । ସେମାନଙ୍କ ପାଗଳପନର ଭିନ୍ନ ଭିନ୍ନ ଅନ୍ଦାଜ ସୋସିଆଲ ମିଡିଆଳରେ ଦେଖିବାକୁ ମିଳିଥାଏ । ମେସି ଏଠିକା ଲୋକଙ୍କ ହୃଦୟରେ ବସିଛନ୍ତି । କ୍ରିକେଟ ପ୍ରେମ ପାଇଁ ବି ଦକ୍ଷିଣ ଭାରତ ଲୋକଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ କେରଳର ଏହି ନବଦମ୍ପତି ଯାହା କରିଛନ୍ତି ତାହା ଏ ସବୁକୁ ଟପି ଯାଇଛି ।
କେରଳର ସଚିନ ଏବଂ ଆର ଅଥିରା ଦୁହେଁ ଫୁଟବଲ ପ୍ରେମୀ । ବିବାହ ଦିନ ଏହି ଫୁଟବଲରୁ ହିଁ ତାଙ୍କର ଦାମ୍ପତ୍ୟ ଜୀବନର ଯାତ୍ରା ଆରମ୍ଭ କରିବେ ବୋଲି ଭାବିଥିଲେ । ତେଣୁ ଫିଫା ୱାର୍ଲଡ କପ ଫାଇନାଲ ମ୍ୟାଚ ଦିନ ସେମାନଙ୍କର ବିବାହ ବି ହୋଇଥିଲା । ସେଥିପାଇଁ ସେମାନେ ନିଜ ପସନ୍ଦର ଖେଳାଳୀଙ୍କ ଜର୍ସି ପିନ୍ଧିଥିଲେ । ସେତିକି ନୁହେଁ, ଯେମିତି ବିବାହ ଶେଷ ହୋଇଛି, ଉଭୟେ ମ୍ୟାଚ ଦେଖିବାକୁ ଦୌଡି ପଳାଇ ଥିଲେ । ଏହି ନିଆାରା ଫୁଟବଲ ଲଭର୍ସଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଭାଇରାଲ ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳିଛି, ବଧୂ ଏମ୍ବାପ୍ପେ ଏବଂ ବର ମେସିର ଜର୍ସି ପିନ୍ଧି ବିବାହ ମଣ୍ଡପରେ ବସିଛନ୍ତି ।
A match made in heaven! A ⚽-loving couple from #Kerala got married in #Messi & #Mbappe jerseys last evening! Even though they supported rivals in the #WorldCupFinal, this shows that there is always space for unity amid diversity in a country like India 🙏🏾 truly amazing. pic.twitter.com/d22le6qGHs
— Amitabh Kant (@amitabhk87) December 19, 2022
ଟୁଇଟରରେ ଏହି ଫଟୋ @amitabhk87 ଆକାଉଣ୍ଟରେ ସେୟାର କରାଯାଇଛି । ଏହାକୁ ହଜାର ହଜାର ଭ୍ୟୁଜ ମିଳିବା ସହ ମଜାଦାର କମେଣ୍ଟ ମଧ୍ୟ ମିଳିଛି ।