ମନ୍ଥର ଓଭର ହାର ପାଇଁ ଜରିମାନା ଦେବେ ଭାରତ, ପାକିସ୍ତାନ ଦଳ

ନୂଆଦିଲ୍ଲୀ,୩୧।୮: ଏସିଆ କପ ୨୦୨୨ ଗ୍ରୁପ ଏ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳକୁ ‘ମନ୍ଥର ଓଭର ହାର’ ପାଇଁ ୪୦% ଜରିମାନା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ରବିବାର ମ୍ୟାଚ ସମୟରେ ରୋହିତ ଶର୍ମା ଏବଂ ବାବର ଆଜମଙ୍କ ଦଳ ନିର୍ଦ୍ଧାରିତ ସମୟଠାରୁ ଦୁଇ ଓଭର କମ୍‌ ପକାଇଥିଲେ। ପରେ ଆଇସିସି ଏଲିଟ ପ୍ୟାନେଲର ମ୍ୟାଚ ରେଫରି ଜେଫ କ୍ରୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଏହି ଜରିମାନା ଖେଳାଳିଙ୍କ ମ୍ୟାଚ ଫି’ରୁ କଟିବ। ଭାରତୀୟ ଦଳ ଏଥିରେ ଅଧିକ କ୍ଷତି ସହିବ। କାରଣ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ଅପେକ୍ଷା ଅଧିକ।

Related Articles

Back to top button