ଆଇସିସି ଟି୨୦ ରାଙ୍କିଙ୍ଗ, ଦ୍ୱିତୀୟ ସ୍ଥାନରେ ପହଞ୍ଚିଲେ ସୂର୍ଯ୍ୟକୁମାର, ଜାଣନ୍ତୁ ଅନ୍ୟ ଖେଳାଳିଙ୍କ ସ୍ଥି

ନୂଆଦିଲ୍ଲୀ: ବାବର ଆଜମ୍‌ଙ୍କ ନିକଟତର ହେଲେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ । ଜାରି ହୋଇଥିବା ତାଜା ଆଇସିସି ଟି୨୦ ବ୍ୟାଟିଂ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ଅଗଷ୍ଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୭୬ ରନ୍‌ କରିଥିଲେ । ଯାହାକି ଏହି ରାଙ୍କିଙ୍ଗରେ କାମରେ ଆସିଛି ।

ସୂର୍ଯ୍ୟକୁମାର ଏବଂ ପାକିସ୍ତାନ କ୍ରିକେଟ୍‌ ଦଳର କ୍ୟାପ୍ଟେନ୍‌ ବାବର ଆଜମ ମଧ୍ୟରେ ଏବେ ୨ ପଏଣ୍ଟର ପାର୍ଥକ୍ୟ ରହିଛି ।  ବାବର ଟି୨୦ ବ୍ୟାଟିଂ ରାକିଂ ପ୍ରଥମ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ବାବରଙ୍କ ତଳକୁ ଅର୍ଥାତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନର ମହମ୍ମଦ ରିଜ୍‌ୱାନ୍‌ ଏବଂ ଦକ୍ଷିଣ ଆଫ୍ରିକାର ଏଡେନ୍‌ ମାର୍କରମ୍‌ଙ୍କୁ ସେ ପଛରେ ପକାଇଦେଇଛନ୍ତି ।

 

ବାବର ଆଜମ୍‌ଙ୍କର ୮୧୮ ରେଟିଂ ପଏଣ୍ଟ୍ସ ଥିବା ବେଳେ ସୂର୍ଯ୍ୟକୁମାରଙ୍କର ୮୧୬ ରେଟିଂ ପଏଣ୍ଟ୍ସ ରହିଛି । ଟପ୍‌ ୧୦ଙ୍କ ମଧ୍ୟରେ ଅନ୍ୟ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି । ପଞ୍ଚମରେ ଇଂଲଣ୍ଡର କ୍ରିକେଟର୍‌ ଡେଭିଡ୍‌ ମଲାନ ରହିଛନ୍ତି ।

ଇଶାନ୍‌ କିଷନ୍‌ ୧୪ ନମ୍ୱର ସ୍ଥାନରେ ରହିଥିବା ବେଳେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୬ ତମ ସ୍ଥାନରେ ରହିଛନ୍ତି । ଟପ୍‌ ୨୦ ବ୍ୟାଟ୍ସ୍‌ମ୍ୟାନ୍‌ଙ୍କ ମଧ୍ୟରେ ଲୋକେଶ୍‌ ରାହୁଲ୍‌ ୨୦ ତମ ସ୍ଥାନରେ ରହିଛନ୍ତି । ଶ୍ରେୟସ୍‌ ଆୟର ଗତ ରାକିଂ ଅପେକ୍ଷା ଗୋଟିଏ ପଦ ତଳକୁ ଖସିଛନ୍ତି । ପୂର୍ବରୁ ୨୪ ତମ ସ୍ଥାନରେ ଥିବା ବେଳେ ଏବେ ସେ ୨୫ତମ ସ୍ଥାନକୁ ଖସିଛନ୍ତି । ବିରାଟ ମଧ୍ୟ ଗୋଟିଏ ପାଦକୁ ପଛକୁ ହଟି ୨୮ ନମ୍ୱର ସ୍ଥାନରେ ପହଞ୍ଚିଛନ୍ତି ।

ସୂର୍ଯ୍ୟକୁମାର ଯାଦବ ପୂର୍ବ କିଛିଦିନ ଧରି ଟି୨୦ ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ଏବଂ ଏହାର ଫଳ ଆଇସିସି ରାଙ୍କିଙ୍ଗରୁ ତାଙ୍କୁ ମିଳିଛି । ସିରିଜ୍‌ର ଶେଷ ଦୁଇ ମ୍ୟାଚ୍‌ ପରେ ସୂର୍ଯ୍ୟକୁମାର ବାବରଙ୍କୁ ମଧ୍ୟ ଟପି ଯିବା ଆଶା କରାଯାଉଛି ।

Related Articles

Back to top button