ବକ୍ସ ଅଫିସରେ ୫ଦିନରେ୨୬.୫ କୋଟି ଆୟ କରିଛି ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାରା ସୂତାରିଆ ଲିଡ୍‌ ରୋଲରେ ରହିଛନ୍ତି। ଫିଲ୍ମକୁ ମୋହିତ୍‌ ସୁରି ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଫିଲ୍ମଟି ରିଲିଜ୍‌ ହେବାର ୫ଦିନ ହୋଇଗଲେ ବି ବକ୍ସ ଅଫିସରେ ପ୍ରାୟ ୨୬.୫୦ କୋଟି ଆୟ କରିପାରିଛି। ଏହି ଫିଲ୍ମଟି ୨୦୧୪ରେ ରିଲିଜ୍‌ ହୋଇଥିବା ‘ଏକ୍‌ ଭିଲେନ୍‌’ର ସିକ୍ୱେଲ।

ପୂର୍ବରୁ ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଦର୍ଶକ ବେଶ୍‌ ପସନ୍ଦ କରିବା ସହ ଫିଲ୍ମର ଗୀତକୁ ମଧ୍ୟ ପସନ୍ଦ କରିଛନ୍ତି। ‘ଏକ୍‌ ଭିଲେନ୍‌’ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ତେବେ ‘ଏକ୍‌ ଭିଲେନ୍‌ ରିଟର୍ନସ’ ମଧ୍ୟ ରେକର୍ଡ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବକ୍ସ ଅଫିସରେ ସେତେଟା ଆୟ କରିପାରିନାହିଁ।

Related Articles

Back to top button