ଟି୨୦ ବିଶ୍ୱକପ ପ୍ରୋମୋରେ ନୂଆ ଅବତାରରେ ନଜର ଆସିଲେ ପନ୍ତ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥିନେଇ ଏହାର ଏକ ପ୍ରୋମୋ ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ଶେୟାର କରିଛି । ପ୍ରୋମୋରେ ଭାରତର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳୁଛି । ସେ ସମୁଦ୍ର ମଧ୍ୟରୁ ବ୍ୟାଟ ଧରି ବାହାରକୁ ଆସୁଛନ୍ତି । ଏହି ପ୍ରୋମୋରେ ବିରାଟ କୋହଲି ମଧ୍ୟ ରହିଛନ୍ତି । ଭିଡିଓଟି ଶେୟାର ହେବା ପରେ ପ୍ରଶଂସକଙ୍କୁ ଏହା ବେଶ ପସନ୍ଦ ଆସିବାରେ ଲାଗିଛି । ତେବେ କେତେକ ବ୍ୟକ୍ତି ପନ୍ତଙ୍କୁ ଏତେ ମାତ୍ରାରେ ଗୁରୁତ୍ୱ ଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଟି୨୦ ବିଶ୍ୱକପର ୮ମ ସଂସ୍କରଣ ୧୬ ଅକ୍ଟୋବରରୁ ଆରମ୍ଭ ହେବ । ୨୧ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ ମ୍ୟାଚ ଖେଳାଯିବ ।

ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଫାଇନାଲ ମ୍ୟାଚ ୧୩ ନଭେମ୍ବରରେ ଖେଳାଯିବ । ଟିମଗୁଡିକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ଗ୍ରୁପ ୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ଅନ୍ୟ ୪ଟି ଟିମ ପ୍ରଥମ ରାଉଣ୍ଡ ଫଳାପରେ ପରେ ସୁପର ୧୨ରେ ପଂହଚିବେ ।

Related Articles

Back to top button