ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦

ଭାରତ ଏବଂ ଇଂଲଣ୍ଡର କ୍ରିକେଟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ ସାଉଥମ୍ପଟନରେ ଖେଳାଯିବ। ଏଡବାଷ୍ଟନଠାରେ ପୁନନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଏକ ବିଜୟ ସହିତ ଟି-୨୦ ସିରିଜ ଆରମ୍ଭ କରିବାକୁ ଚାହୁଁଛି। ରିଷଭ ପନ୍ତ, ବିରାଟ କୋହଲି, ଜଶପ୍ରୀତ ବୁମ୍‌ରାଙ୍କ ପରି ବରିଷ୍ଠ ଖେଳାଳିମାନେ ପ୍ରଥମ ଟି-୨୦ରେ ଖେଳୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ଯୁବ ଖେଳାଳିମାନେ ପୁଣି ଥରେ ନିଜର ଛାପ ଛାଡିବାର ସୁଯୋଗ ପାଇବେ। ପ୍ରଥମ ଟି-୨୦ ମ୍ୟାଚରେ ଦୀନେଶ କାର୍ତ୍ତିକ ପନ୍ତଙ୍କ ସ୍ଥାନରେ ଉଇକେଟ କିପିଂ ଦାୟିତ୍ୱ ଗ୍ରହଣ କରିବେ।ତ୍‌
ବୁଧବାର ରୋହିତ ପ୍ରଥମ ଥର ପାଇଁ ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଥିଲେ। ଟି-୨୦ ବିଶ୍ୱକପ ଦୃଷ୍ଟିରୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଗୁରୁତ୍ୱପୂର୍ଣ୍ଣ। କରୋନାରୁ ସୁସ୍ଥ ହେବା ପରେ ରୋହିତ ଶର୍ମା କହିଛନ୍ତି ଯେ, ବିଶ୍ୱକପ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ଡେବ୍ୟୁ କରିଥିବା ଦ୍ରୁତ ବୋଲର ଉମ୍ରାନ ମଲିକ ଜଣେ ଭାରତୀୟ ରଣନୀତିର ଏକ ଅଂଶ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ ମ୍ୟାଚ ଗୁରୁବାର ସାଉଥମ୍ପଟନରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ରାତି ୧୦.୩୦ରୁ ଖେଳାଯିବ। ସୋନି ସିକ୍ସ ଏବଂ ସୋନି ଏଚ୍‌ଡିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚର ଲାଇଭ ଟେଲିକାଷ୍ଟ ଆପଣ ଦେଖିପାରିବେ। ସୋନି ଲାଇଭ ଆପରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।
ପ୍ରଥମ ଟି-୨୦ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ରିତୁରାଜ ଗାଇକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ(ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେସ୍‌ ଆୟାର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ ଏବଂ ଉମ୍ରାନ ମଲ୍ଲିକ।
ଇଂଲଣ୍ଡର ସମ୍ଭାବ୍ୟ ଖେଳ: ଜେଶନ ରୟ, ଜୋସ ବଟଲର୍‌ (ଅଧିନାୟକ ଏବଂ ଉଇକେଟ୍‌ କିପର), ଡେଭିଡ ମଲାନ, ମୋଏନ ଅଲି, ଲିଆମ ଲିଭିଙ୍ଗଷ୍ଟୋନ, ହ୍ୟାରି ବ୍ରୁକ, ସାମ କୁରାନ, କ୍ରିସ ଜୋର୍ଡାନ, ଟାଇମଲ ମିଲ୍ସ, ରିସ ଟୋପଲ, ମ୍ୟାଟ ପାର୍କିନ୍ସନ।

Related Articles

Back to top button