ଲଣ୍ଡନରେ ଜନ୍ମଦିନ ପାଳିଲେ ଧୋନୀ

ଲଣ୍ଡନ: ଭାରତର ପୂର୍ବତନ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଧୋନୀ ନିଜ ଜନ୍ମଦିନ ଲଣ୍ଡନରେ ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିଭାଙ୍କ ଧୂମ୍‌ଧାମରେ ପାଳନ କରିଛନ୍ତି। ଏହାର ଭିଡିଓ ସାକ୍ଷୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଧୋନୀ କେକ କାଟୁଥିବା ଦେଖିବାକୁ ମିଳିଛି। ଟିମ ଇଣ୍ଡିଆର ଉଇ କେଟ କିପର ରିଷଭ ପନ୍ତଙ୍କ ସମେତ ତାଙ୍କର ଅନେକ ବନ୍ଧୁ ଜନ୍ମଦିନ ପାର୍ଟିରେ ପହଞ୍ଚିଥିଲେ।

ଏହାପୂର୍ବରୁ ୱିମ୍ବଲଡନରେ ଏକ ମ୍ୟାଚ ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖିବାକୁ ମିଳିଥିଲା। ୱିମ୍ବଲଡନ ପକ୍ଷରୁ ଏକ ଫଟୋ ଶେୟାର କରି ଲେଖଶଯାଇଥିଲା, ୱିମ୍ବଲଡନ ମ୍ୟାଚ ଦେଖିବାକୁ ଜଣେ ଭାରତୀୟ କିମ୍ବଦନ୍ତୀ ଆସିଛନ୍ତି। ଧୋନୀଙ୍କ ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ୱିମ୍ବଲଡନ ମ୍ୟାଚ ଦେଖିବାକୁ ଆସିଥିଲେ।

Related Articles

Back to top button