ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ସଞ୍ଜୁ ସାମସନ ଅଧିନାୟକ

ନୂଆଦିଲ୍ଲୀ: ସଞ୍ଜୁ ସାମସନଙ୍କୁ ଆଗାମୀ ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇ ନାହିଁ। ବୋର୍ଡର ଏହି ନିଷ୍ପତ୍ତିରେ କ୍ରିକେଟ୍ ପ୍ରଶଂସକ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବେ ବିସିସିଆଇ ପ୍ରଶଂସକଙ୍କ କ୍ରୋଧ ଶାନ୍ତ ପାଇଁ ବଡ ପଦକ୍ଷେପ ନେଇଛି। ବୋର୍ଡ ସଞ୍ଜୁ ସାମସନଙ୍କୁ ନ୍ୟୁଜିଲାଣ୍ଡ ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ ଏ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି।

ନ୍ୟୁଜିଲାଣ୍ଡ ଏ ଦଳ ସଂପ୍ରତି ଭାରତ ଗସ୍ତରେ। ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍  ସେପ୍ଟେମ୍ବର ୨୨ରୁ ଖେଳାଯିବ। ଏହି ସିରିଜ୍ ପାଇଁ ଭାରତୀୟ ଏ ଦଳ ଘୋଷଣା କରାଯାଇଛି। ଜାତୀୟ ଚୟନକର୍ତ୍ତା ଦଳ ଚୟନ କରିବା ସହିତ ସଞ୍ଜୁ ସାମସନଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛନ୍ତି। ଟି-୨୦ ବିଶ୍ଵ କପ୍‌ ଦଳରେ ସ୍ଥାନ ପାଇନଥିବା ସଞ୍ଜୁ ସାମସନଙ୍କ ପାଇଁ ଏହା କୌଣସି ଖୁସି ଖବରଠୁ କମ୍ ନୁହେଁ।

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨, ଦ୍ଵିତୀୟ ସେପ୍ଟେମ୍ବର ୨୫ ଏବଂ ତୃତୀୟ ସେପ୍ଟେମ୍ବର ୨୭ରେ ଖେଳାଯିବ। ଇଣ୍ଡିଆ ଏ ଦଳରେ ପୃଥ୍ଵୀ ଶ, ଋତୁରାଜ ଗାଏକଓ୍ଵାଡ, କୁଲଦୀପ ଯାଦବ, ନବଦୀପ ସାଇନି, ଉମରାନ ମଲିକ, ଶାର୍ଦ୍ଦୁଳ ଠାକୁର ଏବଂ ସଞ୍ଜୁ ସାମସନଙ୍କ ପରି ବଡ ନାମ ସାମିଲ୍।

ଇଣ୍ଡିଆ ଏ ଦଳ

ପୃଥ୍ଵୀ ଶ, ଅଭିମନ୍ୟୁ ଈଶ୍ଵରନ, ଋତୁରାଜ ଗାଏକଓ୍ଵାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ(ଅଧିନାୟକ),  କେଏସ ଭରତ, କୁଲଦୀପ ଯାଦବ, ଶାହବାଜ ନଦୀମ, ରାହୁଲ ଚହର, ତିଳକ ବର୍ମା, କୁଲଦୀପ ସେନ, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ, ନବଦୀପ ସାଇନି, ରାଜ ଅଙ୍ଗଦ ବାବା।

Related Articles

Back to top button