ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ବ୍ରହ୍ମପୁରର ଅଜିତ୍ ପୁରୁଷ ବିଭାଗରେ ଓ‌ ଝାରସୁଗୁଡାର କୁନାଲ୍‌ ଜନାଲ୍ ମହିଳା ବିଭାଗରେ ଶ୍ରେଷ୍ଠ ଚାର୍ମିଙ୍ଗ୍ ଫେସ୍ ବିବେଚିତ

ଭୁବନେଶ୍ୱର:  ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା । ହୋଟେଲ ଏକ୍ସିଲେନ୍ସି ଠାରେ ରାଜ୍ୟ ନିର୍ଦ୍ଦେଶିକା ସସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଛି । ଓଡିଶାର କୋଣ ଅନୁକୋଣରୁ ମଡେଲ ମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଟପ୍ ୫ ଜଣ ମିଷ୍ଟର, ୫ ଜଣ ମିସ୍ ଓ ୫ ଜଣ ମିଷ୍ଟ୍ରେସଙ୍କୁ ଚୟନ କରାଯାଇଛି । ସମସ୍ତେ ଗୋଆ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ଓଡିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ଆୟୋଜିକା ସସ୍ମିତା ପଣ୍ଡା ସୂଚନା ଦେଇଛନ୍ତି ।

ମିଷ୍ଟର କ୍ୟାଟେଗୋରୀରେ ବ୍ରହ୍ମପୁରର ଅଜିତ କୁମାର ପାତ୍ର ବିଜେତା ହୋଇଥିବା ବେଳେ ଝାରସୁଗୁଡାର କୁନାଲ ଜଲାନ ପ୍ରଥମ ବିଜେତା ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାର ଅମ୍ଳାନ ମହାନ୍ତି ପ୍ରଥମ ରନର୍ସ ଅପ୍‌, ଢ଼େଙ୍କାନାଳର ମହାବୀର ପ୍ରସାଦ ଶତପଥୀ ଦ୍ୱିତୀୟ ରନର୍ସ ଅପ୍ ହୋଇଥିବା ବେଳେ ଟପ୍ ୫ ଭିତରେ ଭଦ୍ରକର ପ୍ରଭାତ କୁମାର ବିଶ୍ୱାଳ ଓ ବ୍ରହ୍ମପୁରର ନାରାୟଣ ସାହୁ ସାମିଲ ହୋଇଛନ୍ତି । ଅନ୍ୟପଟେ ମିସ୍ କ୍ୟାଟେଗୋରୀରେ ରାଉରକେଲାର ଶ୍ରଦ୍ଧାଞ୍ଜଳୀ ତନ୍ତୀ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ପ୍ରିତୀ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । କଟକ ଅନନ୍ୟା ବିଶ୍ୱାଳ ଦ୍ୱିତୀୟ ରନର୍ସ ଅପ୍ ହେବା ସହ ବ୍ରହ୍ମପୁରର ଶ୍ରାବଣୀ ରାଓ ଓ ସୋନାଲିସା ମହାପାତ୍ର ଟପ୍ ୫ରେ ସାମିଲ ହୋଇଛନ୍ତି । ସେହିଭଳି ମିଷ୍ଟ୍ରେସ୍ କ୍ୟାଟେଗୋରୀରେ ବ୍ରହ୍ମପୁରର ପ୍ରଗତୀ ପ୍ରିୟଦର୍ଶିନୀ ସାହୁ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ମିନୁ ପାଢ଼ୀ ରନର୍ସ ଅପ୍ ହୋଇଛନ୍ତି ।

ସସ୍ମିତା ନିଜେ ଜଣେ ମଡେଲ ଓ ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କର କ୍ୟାରିୟର ମଧ୍ୟ ଏହି ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ରୁ ହିଁ ଆରମ୍ଭ ହୋଇଛି । ସସ୍ମିତାଙ୍କ ସହ ଆନ୍ତର୍ଜାତୀୟ ସ୍ତରର ମଡେଲ ବବିତା ଶବର ମଧ୍ୟ କାର୍ଯ୍ୟନିର୍ବାହୀ ଆୟୋଜକ ଭାବେ ସହଯୋଗର ହାତ ବଢ଼ାଇଥିଲେ ।

ପୂର୍ବତନ ସାଂସଦ ତଥା କବି ପ୍ରଶନ୍ନ ପାଟ୍ଟଶାଣୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

Related Articles

Back to top button