
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସରେ ଭାରତକୁ ସ୍ବର୍ଣ୍ଣପଦକ
ସିଙ୍ଗାପୁରକୁ ୩-୧ରେ ହରାଇ ସ୍ବର୍ଣ୍ଣ ଜିତିଲେ ଭାରତୀୟ ଟିଟି ଦଳ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ମିଳିଛି। ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାତେଇଛି ଭାରତୀୟ ଦଳ। ସିଙ୍ଗାପୁରକୁ ୩-୧ ଗେମରେ ହରାଇ ଭାରତୀୟ ପୁରୁଷ ଦଳ ଏହି ସଫଳତା ହାସଲ କରିଛି।
ଶରଥ କମଲ, ସାଥିୟାନ, ହରମିତ ଦେଶାଇଙ୍କୁ ନେଇ ଗଠିତ ହୋଇଥିବା ପୁରୁଷ ଟିମ ସିଙ୍ଗାପୁରକୁ ହରାଇଛି। ସଙ୍ଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ଏହି ସଫଳତା ପାଇଥିବା ବେଳେ ଟାଇଟଲ ବଜାୟ ରଖିଛି। ଗତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ହାତେଇଥିଲା।