ଟିମ୍ ଇଣ୍ଡିଆର ନୂତନ ଜର୍ସି ଲଞ୍ଚ୍

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି । ମେନ ଇନ ବ୍ଲୁ ଏଥର ନୂତନ ରୂପରେ ପଡିଆକୁ ଓହ୍ଲାଇବେ । ବିସିସିଆଇର ସ୍ପୋର୍ଟ୍ସ କିଟ ପ୍ରାୟୋଜକ ଏମପିଏଲ ରବିବାର ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନୂତନ ଜର୍ସି ଜାରୀ କରିଥିଲା । ଏମପିଏଲ ଇନଷ୍ଟାଗ୍ରାମ ପେଜରେ ଏହାର ଫଟୋ ମଧ୍ୟ ଶେୟାର କରିଛି । ଏଥିରେ ଅଧିନାୟକ ରୋହତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ହରମନପ୍ରୀତ କୌର, ସୂର୍ଯ୍ୟକୁମାର ଯାଦବଙ୍କୁ ଜାରୀ କରାଯାଇଥିବା ପ୍ରଥମ ପୋଷ୍ଟରରେ ଦେଖିବାକୁ ମିଳିଛି । ତେବେ ପ୍ରଶଂସକଙ୍କୁ ଏହି ଜର୍ସି କେତେକ ପସନ୍ଦ ଆସୁଛି ତାହା ଆଗାମୀ ଦିନରେ ଜଣାପଡିବ ।

ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଦୁଇ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୀମିତ ଓଭର ବିଶିଷ୍ଟ ସିରିଜ ଖେଳିବ । ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

Related Articles

Back to top button