୨-୦ ରେ ଆଗୁଆ ରହି ସିରିଜ୍‌ ଜିତିଲା ଭାରତ

ହରାରେ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ୧୬୨ ରନ୍‌ ପିଛା କରି ଭାରତ ୨୫.୪ ଓଭରରେ ୫ ଓ୍ବିକେଟ ହରାଇ ୧୬୭ ରନ୍‌ କରିଛି। ଏହା ଦ୍ୱାରା ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ବର୍ତ୍ତମାନ ୨-୦ ରେ ଆଗୁଆ ରହି ସିରିଜ ଜିତିଛି।

ହରାରେ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ଓଭରରେ ସମସ୍ତ ଓ୍ବିକେଟ ହରାଇ ଭାରତ ପାଇଁ ୧୬୨ ରନର ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା। ଟିମ ଇଣ୍ଡିଆ ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ସହଜ ବିଜୟ ହାସଲ କରିଥିଲା।

Related Articles

Back to top button